ଆସନ୍ତା ୩୧ତାରିଖରୁ ସଂସଦର ବଜେଟ୍ ଅଧିବେଶନ
ନୂଆଦିଲ୍ଲୀ : ଆସନ୍ତା ୩୧ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏ ନେଇ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବଜେଟ୍ ଅଧିବେଶନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ୩ ତାରିଖରେ ଶେଷ ହେବ । ତାସହିତ ଫେବ୍ରୁଆରି ୧ ତାରିଖ ଦିନ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଦ୍ୱିତୀୟ ବଜେଟ୍ ଉପସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ଜାନୁଆରି ୩୧ ତାରିଖରେ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ କରାଯିବ। ଏହି ଦୁଇ ଦିନରେ ବ୍ୟାଙ୍କ୍ ଧର୍ମଘଟ ଡାକରା ଦିଆଯାଇ ଥିବାରୁ ଏହାର ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଫେବ୍ରୁଆରି ୧ ତାରିଖ ଦିନ ମାସର ପ୍ରଥମ ଶନିବାର ପଡୁଛି ପୁଣି ବଜେଟ୍ ଦିନ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ୍ ଖୋଲା ରଖାଯାଇଥାଏ। ସେଦିନ ବଜେଟ୍ ଉପସ୍ଥାପନ ହେଉଥିବାରୁ ଷ୍ଟକ୍ ମାର୍କେଟ୍ ମଧ୍ୟ କାମ କରିବ ବୋଲି ସ୍ଥିର କରାଯାଇଛି ।


