ନନ୍ଦନକାନନକୁ ଆସିବେ ୪ ସିଂହ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରଥମ ଥର ପାଇଁ ଛତିଶଗଡ଼ ବିଳାସପୁର ଚିଡ଼ିଆଖାନାରୁ ୪ଟି ଏସୀୟ ସିଂହ ଆସିବେ । ଏଥିପାଇଁ ବିଳାସପୁର ଚିଡିଆଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଦୁଇ ଚିଡ଼ିଆଖାନାର କର୍ତ୍ତୃପକ୍ଷ ମଧ୍ୟ ଏ ନେଇ ଆଲୋଚନା କରିଛନ୍ତି । ଯେଉଁ ୪ଟି ସିଂହ ଆସିବେ ସେମାନେ ବିଳାସପୁର ଚିଡିଆଖାନାରେ ଜନ୍ମ ହୋଇନାହାନ୍ତି । ସେମାନଙ୍କୁ ନନ୍ଦନକାନନ ପଠାଇବା ପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯାଇଥିଲା । ସେଠାରୁ ମଧ୍ୟ ଅନୁମତି ମିଳିସାରିଛି ।
ଏହି ସିଂହ ଆସିବା ପାଇଁ ପ୍ରାଣୀ ଅଦଳବଦଳ ପ୍ରକ୍ରିୟା କରାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି । ସେ କହିଛନ୍ତି ବିଳାସପୁର ଚିଡିଆଖାନାକୁ ଏଠାରେ ଦୁଇଟି ଜଳହସ୍ତୀ ଦିଆଯିବ । ଏହି ଅଦଳବଦଳ ପ୍ରକ୍ରିୟା ଦ୍ୱାରା ନନ୍ଦନକାନନରେ କେତେକ ପଶୁପକ୍ଷୀଙ୍କ ବଂଶ ବୃଦ୍ଧିରେ ସହାୟକ ହେବ । ଗତ ମାସ ୨୯ ତାରିଖରେ ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଧାନ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଡ.ହରିଶଙ୍କର ଉପାଧ୍ୟାୟ ସିଂହ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ