ଖୋର୍ଦ୍ଧାରୁ ଆରମ୍ଭ ହେଲା ବିଦ୍ୟୁତ କାଟ

ଭୁବନେଶ୍ୱର: ଖୋର୍ଦ୍ଧା ଅଞ୍ଚଳରୁ ସେସୁ ପକ୍ଷରୁ ଲାଇନ କାଟିବା ଆରମ୍ଭ କରାଯାଇଛି । ୫୩ଟି କମର୍ସିଆଲ ସଂସ୍ଥାରୁ ସେସୁ ପକ୍ଷରୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି । ବିଲ ବକେୟା ରଖିଥିବା ନେଇ ସେସୁ ଲାଇନ କାଟିଛି । ସେସୁ ପକ୍ଷରୁ ନିୟୋଜିତ ୩୯ଟି ସ୍କ୍ୱାଡ ଦ୍ୱାରା ଲାଇନ୍‌ କଟା ଚାଲିଛି ।
ବିଦ୍ୟୁତ ବକେୟା ପୈଠ କରିବାର ପାଇଁ ଗତକାଲି ଯାଏଁ ସମୟ ଦେଇଥିଲା ସେସୁ । ବିଲ୍ ଦେଉ ନଥିବା ଗାଁରେ ବିଦ୍ୟୁତ୍ କାଟ ହେବା ନେଇ ପୂର୍ବରୁ ସେସୁ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ପ୍ରଥମେ ବକେୟା ରଖିଥିବା କମର୍ସିଆଲ ସଂସ୍ଥାର ଲାଇନ୍ କଟାଯିବ ବୋଲି ସେସୁ ସୂଚନା ଜାରି କରିଥିଲା । ୨ୟ ପର୍ଯ୍ୟାୟରେ ଅଧିକ ବକେୟା ରଖିଥିବା ଘରୋଇ ଉପଭୋକ୍ତାଙ୍କୁ ଟାର୍ଗେଟ କରାଯିବ। ଏହା ସହ ବକେୟା ରଖିଥିବା ବିତ୍ତଶାଳୀ ଘରୋଇ ଉପଭୋକ୍ତାଙ୍କ ପାଳି ପଡିବ। କେବଳ ସେତିକି ନୁହେଁ ଆୟକର ଦେଉଥିବା ସତ୍ତ୍ଵେ ବିଦ୍ୟୁତ୍ ବିଲ୍ ଦେଉନଥିବା ଲୋକଙ୍କ ଲାଇନ୍ ମଧ୍ୟ କଟିବ। ୩ୟ ପର୍ଯ୍ୟାୟରେ ଅନ୍ୟ ସମସ୍ତଙ୍କର ବକେୟା ଉପଭୋକ୍ତାଙ୍କ ଲାଇନ୍ କଟିବ। ବର୍ଷବର୍ଷ ଧରି ବାକି ରଖିଥିବା ଉପଭୋକ୍ତାଙ୍କୁ ୩ୟ ପର୍ଯ୍ୟାୟରେ ଟାର୍ଗେଟ୍ କରାଯିବ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ