ପକ୍ଷୀଙ୍କ ଶୋଷ ମେଣ୍ଟାଇ ରେକର୍ଡ
କେରଳର ଜଣେ ବ୍ୟକ୍ତି ପକ୍ଷୀମାନଙ୍କ ପ୍ରତି ମାନବିକତା ଦେଖାଇ ବେଶ୍ ଚର୍ଚ୍ଚା ପାଲଟିଛନ୍ତି । ଗ୍ରୀଷ୍ମ ଋତୁରେ ଶୋଷିଲା ଉଡ଼ନ୍ତା ପକ୍ଷୀମାନଙ୍କ ମୁହଁରେ ପାଣି ଟୋପେ ଦେବା ପାଇଁ ଏହି ୭୦ ବର୍ଷୀୟ ବ୍ୟକ୍ତି ଜଣଙ୍ ୧୦ ହଜାର ମାଟି ପାତ୍ର ପ୍ରଦାନ କରିବାର ଘୋଷଣା କରି ଚର୍ଚ୍ଚା ପାଲଟିଛନ୍ତି ।
ଶ୍ରୀମାନ ନାରାୟଣ ନାମକ ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଗାନ୍ଧିବାଦୀ । ପକ୍ଷୀମାନଙ୍କ ଲାଗି ବିଭିନ୍ନ ସ୍ଥାନରେ ୧୦ ହଜାର ପାତ୍ର ରଖିବେ ବୋଲି ନିଷ୍ପତ୍ତି ନେଇଥିବା ଶ୍ରୀମାନ ଏବେ ସୁଦ୍ଧା ୯ ହଜାର ପାତ୍ର ରଖିସାରିଲେଣି । ୭୦ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ପ୍ରଥମ କରି ଆରମ୍ଭ କରିଥିବା ଏହି ପ୍ରକଳ୍ପର ନାମ “ଜୀବ ଜଲଥିନୁ ଓରୁ ମାନୁ ପର୍ଥମ’ । ଏହାର ଓଡ଼ିଆ ଅର୍ଥ ହେଉଛି “ଜୀବନ ରକ୍ଷାକାରୀ ଜଳ ପାତ୍ର’ । ଏହି ପ୍ରକଳ୍ପଟି ପ୍ରଥମେ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା । ଏହା ବିପୁଳ ସଫଳତା ସାଉଁଟିବା ପରେ ପୁଣି ଚଳିତବର୍ଷ ଏହି ପ୍ରକଳ୍ପରେ କାମ ଆରମ୍ଭ କରିଛନ୍ତି ଶ୍ରୀମାନ ।