ୱିସଡ଼ମ୍ ପକ୍ଷରୁ ଖୋଲିଲା ଜଳଛତ୍ର
ପିପିଲି (ଜୁଗାବ୍ଦ ନ୍ୟୁଜ୍): ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଜଇସପାଟଣା ସ୍ଥିତ ୱିସଡ଼ମ ପକ୍ଷରୁ ଜଳଛତ୍ର ଖୋଲାଯାଇଛି । କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଭାଗବତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଜଳଛତ୍ରକୁ ଉଦ୍ଘାଟନ କରିଥିଲେ । ପୁରୀ-ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥ ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଯାଉଥିବା ପଥଚାରୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ଶୋଷ ମେଣ୍ଟାଇବା ପାଇଁ ଜଳଛତ୍ର ଖୋଲାଯାଇଛି । ୱିସଡମର ସଭାପତି ବିପିନ ବିହାରୀ ଖଟୋଇ, ଉପ-ସଭାପତି ସନ୍ତୋଷ କୁମାର ଡାଙ୍ଗୁଆ, ସମ୍ପାଦକ ଅକ୍ଷର କୁମାର ରାଉତ, ଉପ-କୋଷାଧ୍ୟକ୍ଷ ଶୁଭଲକ୍ଷ୍ମୀ ରାଉତ, ରବିନ୍ଦ୍ର ଡାଙ୍ଗୁଆ, ଚିତ୍ତରଞ୍ଜନ ରାୟ, ବିଦ୍ୟାଧର ସ୍ୱାଇଁ, ସନ୍ତାପ କୁମାର ଡାଙ୍ଗୁଆଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ରହି ଦହିପଣା ବଣ୍ଟନ କରିଥିଲେ । ଏହି ଜଳଛତ୍ର ପଣା ସଂକ୍ରାନ୍ତିଠାରୁ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ ।