ବାଇକ୍ ପଛରେ ବସିଲେ ହେଲମେଟ୍‌ ପିନ୍ଧିବା ବାଧ୍ୟ

ଭୁବନେଶ୍ବର: ବାଇକ୍‌ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ କରାଯାଇଛି। ଟ୍ରାଫିକ୍‌ ନିୟମ କଡାକଡି ପାଇଁ ପରିବହନ ମନ୍ତ୍ରୀ ପୁଣିଥରେ ଚେତାବନୀ ଦେଇଛନ୍ତି। ଦିଲ୍ଲୀ ସଡକ ସୁରକ୍ଷା ବୈଠକରୁ ଫେରିବେ ପରେ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, କାର୍‌ ବା ଚାରିଚକିଆ ଗାଡ଼ିରେ ବସିଥିବା ବ୍ୟକ୍ତିମାନଙ୍କ ପାଇଁ କାର୍‌ ବେଲ୍ଟକୁ ବାଧ୍ୟତାମୂଳକ କରାଯାଇଛି । ତିନି ମାସର ସମୟ ପୂରଣ ହେବା ପରେ ଯାଞ୍ଚ କଡାକଡି କରାଯିବ। ସେହିପରି ଜରିମାନା କୋହଳ ପାଇଁ ଆଲୋଚନା ହୋଇଛି, ଆଇନ୍‌ ପରିବର୍ତ୍ତନ କରାଯାଇନି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ଦୁର୍ଘଟଣା ହ୍ରାସ ପାଇଁ ଏନ୍‌ଏଚ୍‌ ଓ ଏଚ୍‌ଏଚ୍‌ରେ ମୋବାଇଲ୍‌ ଭ୍ୟାନ୍‌ ରହିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ପ୍ରତି ତିରିଶ କିଲୋମିଟର ରାସ୍ତାରେ ସ୍ବତନ୍ତ୍ର ସ୍କ୍ବାର୍ଡ ରହିବେ। ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି, ଆର୍ଥିକ ସହାୟତା ମିଳିଲେ ସ୍କ୍ବାର୍ଡ ରଖାଯିବ।
ସୂଚନାଯୋଗ୍ୟ, ୨୦୧୯ ମସିହା ସେପ୍ଟେମ୍ବର ୧ ତାରିଖରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ କରାଯାଇଥିଲେ। ଏହି ଆଇନ୍‌ରେ ଜରିମାନା ଆଦାୟକୁ କଡାକଡି କରିବା ସହିତ ଜରିମାନାର ଦେୟକୁ ମଧ୍ୟ ୧୦ ଗୁଣା ବଢାଯାଇଥିଲା। ସେହିପରି ଗାଡିର କାଗଜପତ୍ର ତଥା ଡ୍ରାଇଭିଂ ଲାଇସେନ୍ସ, ଇନ୍ସୁରାନ୍ସ ଓ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ପାଇଁ ତିନିମାସର ରିହାତି ମିଳିଥିଲା। ତେବେ ମାର୍ଚ୍ଚ ମାସଠାରୁ ଏହି ନିୟମ କଠୋର ଭାବେ ଲାଗୁ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ