ବିଜୁ ଯୁବବାହୀନି ପକ୍ଷରୁ ବୃକ୍ଷରୋପଣ

ହିଂଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ବିଜୁ ଯୁବବାହୀନି ପକ୍ଷରୁ ରବିବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ ସ୍ଥାନୀୟ ବିଜୁ ଯୁବ ବାହୀନିର ସଭ୍ୟ ମାନେ ଏକତ୍ରିତ ହୋଇ ହିଂଜିଳି କାଳୀ ମନ୍ଦିର ପରିସର ସମେତ ନିକଟସ୍ଥ ଅଂଚଳରେ ବିଭିନ୍ନ ପ୍ରଜାତିର ଶତାଧିକ ବୃକ୍ଷରୋପଣ କରିବା ସହ ବୃକ୍ଷ ଗୁଡ଼ିକର ଯତ୍ନ ନେବା ପାଇଁ ଶପଥ ପାଠ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ଓ ସମ୍ମାନିତ ଅତିଥି ଭାବେ କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ ଓ ଏନ. ଅରୁଣ କୁମାର ଯୋଗଦେଇ ବିଜୁ ଯୁବ ବାହୀନି ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ଛାତ୍ର ବିଜେଡ଼ି ସଭାପତି ରିଙ୍କୁ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଚନ୍ଦନ ପାତ୍ର, ପପୁ ପଣ୍ଡା, ଜଗନ ଡ଼ାକୁଆ, ଅମୂଲ୍ୟ ପଣ୍ଡା, ଆଦିତ୍ୟ ବେହେରା, ଅଶୋକ ପରିଡ଼ା, ତନୋଜ ମୁନି, ସୁନିଲ ପଟ୍ଟନାୟକ, ପପୁ ବାରିକ, ସୁମିତ ପାଣିଗ୍ରାହୀ, ଜିତୁ ସ୍ୱାଇଁ, ସନ୍ତୋଷ ପ୍ରଧାନ, ଅଜୟ ଗୌଡ଼, ପ୍ରଭାତ ମହାରଣା, ଦୁର୍ଗା ପାଢି, ବସନ୍ତ ବେହେରାଙ୍କ ସମେତ ବହୁ ବିଜୁ ଯୁବବାହୀନ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ