ବିଜେଡି ଇସ୍ତାହାର ସମର୍ଥନରେ ପଞ୍ଚାୟତସ୍ତରୀୟ ବୈଠକ

ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍‍):ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ତା’ର ଇସ୍ତାହାରରେ ମହିଳାଙ୍କ ପାଇଁ ବହୁ ଲୋଭନୀୟ ଯୋଜନା ଘୋଷଣା କରିଛି । ଏହି ଅବସରରେ ମଙ୍ଗଳବାର ବୋଲଗଡ ବ୍ଲକର ୧୯ଟି ପଞ୍ଚାୟତରେ ମିଶନଶକ୍ତି ଅନ୍ତର୍ଗତ ବହୁ ମହିଳା ଗୋଷ୍ଠୀର କର୍ମକର୍ତ୍ତା ଯୋଗଦେଇ ଏହାକୁ ସ୍ୱାଗତ କରିଛନ୍ତି । ପ୍ରକାଶ ଯେ, ରାଜ୍ୟରେ ବିଜୁ ଜନତା ଦଳ ପୁଣି କ୍ଷମତାକୁ ଫେରିବାପାଇଁ ମହିଳାଙ୍କ ପାଇଁ ବହୁ ଯୋଜନା ଆଗାମୀ ୫ବର୍ଷପାଇଁ କାର୍ଯ୍ୟକାରୀ କରିବା ପାଇଁ ଜନଇସ୍ତାହାରରେ ସୂଚନା ଦେଇଛି । ସେଥିମଧ୍ୟରୁ ୫ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ ଓ ୫୦୦କୋଟି ଲାଭ, ବିନା ସୁଧରେ ୫ଲକ୍ଷ ଟଙ୍କା ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କ ପାଇଁ ଚିକିତ୍ସା ସହାୟତା ରାଶି ୭ଲକ୍ଷରୁ ୧୦ଲକ୍ଷ ଟଙ୍କା ବୃଦ୍ଧି, ଝିଅ ବାହାଘର ପାଇଁ ୨୫ହଜାର ଟଙ୍କା ସହାୟତା, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ବାଳିକା ଶିକ୍ଷା ଇତ୍ୟାଦି ରହିଛି । ଏହାକୁ ନେଇ ବୋଲଗଡ ବ୍ଲକ ମିଶନଶକ୍ତିର ସମସ୍ତ ମହିଳା ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୋପାଳପୁର ପଞ୍ଚାୟତର ପଶ୍ଚିମେଶ୍ୱର ଶୈବପୀଠଠାରେ ୧୦୩ ଏସଏଚଜି ମହିଳାଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି ମହିଳା ଜିଲ୍ଲା ସମ୍ପାଦିକା ଉର୍ମିଳା ପାଣିଗ୍ରାହୀ, ବ୍ଲକ ମିଶନଶକ୍ତି ସମ୍ପାଦିକା ଗୀତାଞ୍ଜଳି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରି ମହିଳାଙ୍କୁ ବୁଝାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ