ଦଶପଲ୍ଲାରେ ଗଣ୍ଡାବଧ ସମ୍ପନ୍ନ

ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍‍):ଐତିହାସିକ ଦଶପଲ୍ଲା “ଲଙ୍କାପୋଡି ଯାତ୍ରା’ର ଅନ୍ୟତମ ପ୍ରମୁଖ ଆକର୍ଷଣ “ଗଣ୍ଡାବଧ’ ମଙ୍ଗଳବାର ସମ୍ପନ୍ନ ହୋଇଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ଉତ୍ସବ ପାଳିତ ହୋଇଛି । ଏହି ଉପଲକ୍ଷେ ମହାବୀର ମନ୍ଦିର ସମ୍ମୁଖରୁ ଏକ ବିଶାଳ ପଟୁଆର ଦୀର୍ଘ ଦେଢ କିଲୋମିଟର ପଥ ଅତିକ୍ରମ କରି ହାଟପଡିଆ ସ୍ଥିତ ମଣ୍ଡପରେ ପହଞ୍ଚିଥିଲା । ବାଜା, ବାଣ, ରୋଷଣୀ, ଘୋଡାନାଚ ସହିତ ବିବିଧ ଆକର୍ଷଣୀୟ ପଟୁଆରରେ ହଜାରହଜାର ଲୋକ ସାମିଲ ହୋଇଥିଲେ । ପଟୁଆର ପହଞ୍ଚିବା ପରେ ଲୀଳା ଅଭିନୟ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା । ଶେଷରେ ଆତାଶବାଜୀ ପ୍ରଦର୍ଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶୋଭାଯାତ୍ରାରେ ଯାତ୍ରା କମିଟି କର୍ମକର୍ତ୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଯେ , ୨୦୧୯ର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ପବିତ୍ର ଶ୍ରୀରାମ ନବମୀ ଅର୍ଥାତ୍ ଏପ୍ରିଲ ୧୩ ତାରିଖଠାରୁ ଆରମ୍ଭ ହୋଇଛି । ମୁଖ୍ୟ ଉତ୍ସବ “ରାବଣ ବଧ’ ଏପ୍ରିଲ ୨୩ ମଙ୍ଗଳବାର ଅନୁଷ୍ଠିତ ହେବ । ଲଙ୍କାପୋଡି ଯାତ୍ରା ପାଇଁ ମହାବୀର କ୍ଷେତ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ଯାତ୍ରାକମିଟି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ