ସ୍କୁଟିରୁ ପଡ଼ି ଜଣେ ଆହତ

ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍‍): ବେଗୁନିଆ ବ୍ଲକ ଡିଙ୍ଗର ପଞ୍ଚାୟତ ଅନ୍ତର୍ଗତ ଭୁଆଷୁଣୀପାଟଣା ଗ୍ରାମର ସୁକଦେବ ଦଳେଇ(୨୪) ମଙ୍ଗଳବାର ଅପରାହ୍ଣ ୫ଟାରେ ଏକ ସ୍କୁଟି ଯୋଗେ ଖୋର୍ଦ୍ଧାରୁ ନିଜ ଘରକୁ ଫେରୁଥିଲେ । ବାଘମାରି ବଡ଼ଶଙ୍ଖଠାରେ ତାଙ୍କୁ ଏକ କାର ସାଇଡ଼ ମାରିବା ଯୋଗୁ ସେ ତଳେ ପଡ଼ିଯାଇ ତାଙ୍କର ଡାହାଣ ଗୋଡ଼ଟି ଭାଙ୍ଗି ଯାଇଥିଲା । ଖବର ପାଇ ବେଗୁନିଆ ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ