କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସାହୁଙ୍କ ରୋଡ୍ ଶୋ
ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍):ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସାହୁ ମଙ୍ଗଳବାର ବେଗୁନିଆ ବ୍ଲକର ୨୪ନଂ ଜିଲ୍ଲାପରିଷଦ ଜୋନ୍ ଅନ୍ତର୍ଗତ ୮ ପଞ୍ଚାୟତ ଦେଉଳି, ହଜ, ସିକୋ, ଗୋବିନ୍ଦପୁର, ବୋତଳମା, ଗଡ଼ମାଣତ୍ରୀ, ହୀରାପୁର ଓ ଶଗଡ଼ଭଙ୍ଗା ଆଦି ପଞ୍ଚାୟତର ସମସ୍ତ ଗ୍ରାମକୁ ରୋଡ୍ ଶୋ ମାଧ୍ୟମରେ ଯାତ୍ରା କରିଛନ୍ତି । କଂଗ୍ରେସ ଏବଂ କମ୍ୟୁନିଷ୍ଟର ଏକ ବାଇକ୍ ଶୋଭାଯାତ୍ରାରେ ପ୍ରଥମେ ଗୋଡ଼ାଠାରୁ ବାହାରି ସେ କଂଗ୍ରେସ ଦଳର ସ୍ଥାନୀୟ ପାର୍ଥୀ ହୋଇଥିବାରୁ ଏବଂ ନିର୍ବାଚନୀ ମଣ୍ଡଳୀର ଲୋକ ହୋଇଥିବାରୁ ନିର୍ବାଚନୀ ଇସ୍ତାହାରକୁ ନେଇ ଲୋକଙ୍କ ନିକଟରେ ପହଞ୍ଚି କଂଗ୍ରେସକୁ ଭୋଟ ଦେବାପାଇଁ ଭୋଟରଙ୍କୁ ନିବେଦନ କରିଥିଲେ । ଶ୍ରୀ ସାହୁ ତାଙ୍କ ସମର୍ଥକଙ୍କ ଗହଣରେ ବୁଲି ପ୍ରଚାରକୁ ଜୋରଦାର କରିଥିବା ବେଳେ ଏହି ପ୍ରଚାର ଅଭିଯାନରେ ସମ୍ପୃକ୍ତ ପଞ୍ଚାୟତର ବହୁ ଦଳୀୟ ସରପଞ୍ଚ, ସମିତି ସଭ୍ୟ ଓ ପୁରୁଖା ନେତା ସାମିଲ୍ ଦେଇଥିଲେ ।


