ସଂସଦୀୟ ଓ ବିଧାନସଭା କ୍ଷେତ୍ର ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଦାୟିତ୍ୱ

ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ୪ର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଖି ଆଗରେ ରଖି ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରଚାରକୁ ଭାରତୀୟ ଜନତା ପାର୍ଟି ତରଫରୁ ଅଧିକ ବ୍ୟାପକ ଓ ତ୍ୱରାନିତ କରିବା ପାଇଁ ଏବଂ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜୋନାଲ ମିଡିଆ ସଂଯୋଜକ ଶ୍ରୀ ସତ୍ୟଜିତ ମିଶ୍ରଙ୍କୁ ବାଲେଶ୍ୱର ସଂସଦୀୟ କ୍ଷେତ୍ର ନିର୍ବାଚନ ପ୍ରଚାର କମିଟିର ଆବାହକ ଭାବେ ଅତିରିକ୍ତ ଦାୟିତ୍ୱ ସଂସଦୀୟ ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ଶୁଭଙ୍କର ମହାପାତ୍ର ମନୋନୟନ କରିଛନ୍ତି । ବାଲେଶ୍ୱର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ପ୍ରଚାର ସଂଯୋଜକ ଭାବେ ୭ଜଣ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ରେମୁଣା ବିଧାନସଭା ପାଇଁ କୃଷକ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ବିପିନ ଦାସ, ନୀଳଗିରି ବିଧାନସଭା ପାଇଁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସମର ଶଙ୍କର କାନୁନ୍ଗୋ, ଭୋଗରାଇ ବିଧାନସଭା ପାଇଁ ମାନସ ମହାନ୍ତି, ବସ୍ତା ବିଧାନସଭା ପାଇଁ ତୁଷାର ବେହେରା, ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସୂର୍ଯ୍ୟନାରାୟଣ ରଥ, ଜଳେଶ୍ୱର ବିଧାନସଭା ପାଇଁ ମନୋଜ ସାସମଲ, ବଡସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବ୍ରଜ ମୋହନ ବେହେରାଙ୍କୁ ବିଧାନସଭାର ପ୍ରଚାର ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି ବୋଲି ଜିଲ୍ଲା ମିଡିଆ ସଂଯୋଜକ ଗୌରାଙ୍ଗ ଦାସ ଲିଖିତ ବିବୃତିରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ