ଅନୁଭବ ଓ ଧୃବଙ୍କ ରୋଡସୋ ରେ ସାମିଲ ହେଲେ କଂଗ୍ରେସ କର୍ମୀ
ରାଜନଗର, (ଯୁଗାବ୍ଦ ନ୍ୟୁଜ) : ରାଜନଗର ବ୍ଲକର ୩୨ନଂ ଜୋନରେ ବିଜେଡି ପକ୍ଷରୁ ଲୋକସଭା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଧୃବ ସାହୁଙ୍କର ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଲକ ପାଟଶାଳା ନିକଟରୁ ବ୍ଲକ ବିଜେଡି ସଭାପତି ଅଶୋକକୁମାର ପ୍ରତିହାରୀଙ୍କ ନେତୃତ୍ୱରେ ବାଇକ ଶୋଭାଯାତ୍ରାରେ ଘଡିଆମାଳ, ଦିଘୀ ବଜାର ପରିକ୍ରମା କରି ଈଶ୍ୱରପୁର ନିକଟରୁ ଜୁନୁସନଗର ପର୍ଯ୍ୟନ୍ତ ଯାଇଥିଲା । ସ୍ଥାନୀୟ ଶୀତଳା ପଡିଆରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଶାସନ, ବିଧାୟକ ଓ ସାଂସଦ ପ୍ରାର୍ତୀଙ୍କ ଦୃଢ ଆସ୍ଥା ପ୍ରକଟ କରି କଂଗ୍ରେସ ଦଳ ତ୍ୟାଗକରି ଇଶ୍ୱରପୁର ପଚାଂୟତର ଯୁବନେତା ମୋହନ ବିଶ୍ୱାଳ, ଧିରେନ୍ଦ୍ରନାଥ ମହାକୁଡ, ରାଜୀବଲୋଚନ ପାଳ, ଶ୍ରୀକୃଷ୍ଣ ସେଠୀଙ୍କ ସହ ୨୫୦ପରିବାରର ଅଢେଇ ହଜାର କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଶ୍ରୀ ସାହୁ ଓ ଶ୍ରୀ ମହାନ୍ତି ସେମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ପରେ ଏହି ଶୋଭାଯାତ୍ରା ଡାଙ୍ଗମାଳ, ଖମାରସାହି, କୃଷ୍ଣନଗର ପଚାଂୟତ ଅତିକ୍ରମ କରି ତାଳଚୁଆ ବଜାର ପରିକ୍ରମା କରି ଟିକାୟତନଗର ଛକରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ବାଘମାରୀ ପଚାଂୟତର ରାଧାମାଳିପୁର, କେରୁଆଁପାଳ ପଚାଂୟତର ଦେଉଳସାହି ଓ ରଙ୍ଗଣୀ ବଜାରରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଚାଂୟତ ସମିତି ଅଧ୍ୟକ୍ଷ ଜୟରାମ ସେଠୀ, ଲକ୍ଷ୍ମୀଧର ଲେଙ୍କା, ରବିନ୍ଦ୍ର କୁମାର ସେଠୀ, ସୁରେନ୍ଦ୍ରପ୍ରସାଦ ରାଉତ, ସୁଦର୍ଶନ ଦାସ, ଅରୁଣ ସାହୁ, ଗଣେଷ ଗୁଡିଆ, ନିରଂଜନ ରାଉତ, ମୁକ୍ତିକାନ୍ତ ପାତ୍ର, ସପନ ପରିଡା, ରତିକାନ୍ତ ସେଠୀ, ବାଇଧର ସେଠୀ, ନରହରି ଜେନା, କବିତା ମାଇତି, ଶୁକଦେବ ପ୍ରଧାନ, ନିମାଇଁ ରାଉତ ପ୍ରମୁଖଙ୍କ ସହ ଦଳୀୟ କର୍ମକର୍ତାମାନେ ଯୋଗଦେଇଥିଲେ ।


