ବିଜେପି ବହୁ ମତ ଆଡକୁ ଅଗ୍ରସର – ଅରୁଣ ଜେଟଲି

ଲୋକସଭା ନିର୍ବାଚନ ୨୦୧୯ ପାଇଁ ଗୁରୁବାର ଦ୍ୱିତୀୟ ପର‌୍ୟ୍ୟାୟ ମତଦାନ ଶେଷ ହୋଇଛି । ଶେଷ ହୋଇଥିବା ଦୁଇଟି ପର‌୍ୟ୍ୟାୟ ମତଦାନକୁ ନଜରରେ ରଖି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ସାଧାରଣ ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରେ ଥିବା ସ୍ପଷ୍ଟ ବାରି ହେଉଛି ଏବେ ଏହାକୁ ନେଇ ବିରୋଧୀଙ୍କ ନିଦ ହଜିଯାଇଛି, କାରଣ ମୋଦୀ ସରକାରଙ୍କ ବିରୋଧରେ ସେମାନେ ଯେଉଁ ମିଥ୍ୟା ପ୍ରାଚର କରୁଥିଲେ ତାକୁ ସଧାରଣ ଜନତା ଗ୍ରହଣ କରିଲେ ନାହିଁ ।

କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଟ୍ୱିଟ କରି କହିଛନ୍ତି ଯେ, ଭାରତ ଏବେ ରାଜନୈତିକ ଅସ୍ଥରତାର ସମୟକୁ ପଛରେ ପକାଇ ବିଜେପିକୁ ପୂର୍ଣ୍ଣ ବହୁମତ ସହ ଏନଡିଏ ସରକାରକୁ ନିର୍ବାଚିତ କରିବାକୁ ଯାଉଛନ୍ତି ।ବିଜେପି ମିଡିଆ ପ୍ରଭାରୀ ଏବଂ ରାଜ୍ୟସଭା ସାଂସଦ ଅନିଲ ବଲୁନୀ କହିଛନ୍ତି ଯେ ଗୁରୁବାର ଦିନ ପଶ୍ଚିମବଙ୍ଗର ଯେଉଁ ପାଞ୍ଚଟି ଆସନରେ ମତଦାନ ହୋଇଛି, ସେଥିରୁ ୪ଟି ଆସନରେ ବିଜେପି ବିଜୟୀ ହେବ । ଅନ୍ୟପଟେ ବିଜେପି ସପକ୍ଷରେ ଯାଉଥିବା ଜନମତକୁ ଦେଖି ଟିଏମସି ଏବଂ ତାଙ୍କ କର୍ମକାର୍ତ୍ତାମାନେ ବିଜେପି କର୍ମୀଙ୍କ ପ୍ରତି ହିଂସ୍ର ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ