ଉଲ୍ର ସି’ ଫୁଡ୍
କେଟ୍ ଜେନ୍କିସ୍ ହେଉଛନ୍ତି ଜଣେ ନିଟ୍ୱେର୍ ଡିଜାଇନର୍ । ସେ ଡିଜାଇନର୍ ଉଲେନ୍ ପୋଷାକ ତିଆରି କରନ୍ତି । ତେବେ ସେ କେବଳ ପୋଷାକ ବୁଣାବୁଣି ମଧ୍ୟରେ ସୀମିତ ନ ରହି କିଛି ଭିନ୍ନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବାକୁ ଚାହୁଁଥିଲେ । ହେଲେ ସେଥିରେ ତାଙ୍କର ଉଲ୍ ପ୍ରତି ଥିବା ଭଲ ପାଇବା, ଟେକ୍ସଟାଇଲ୍ ଓ ରଙ୍ଗ ପ୍ରତି ଥିବା ଭଲ ପାଇବା ଝଲକୁ ଥିବା ଜରୁରୀ ଥିଲା । ୨୦୧୫ରେ ସେ ଲଣ୍ଡନରେ ଥିବା ଆଲେକ୍ଜାଣ୍ଡାର ପ୍ୟାଲେସ୍ରେ ଆୟୋଜିତ ନିଟିଂ ଆଣ୍ଡ ଷ୍ଟିଚିଂ ଶୋ’ ଦେଖିବାର ସୁଯୋଗ ପାଇଥିଲେ । ତା’ ସହ ଇଂଲଣ୍ଡ, ଆମେରିକା, ଜାପାନରେ ସାମୁଦ୍ରିକ ମାଛକୁ ସଜାଇ ରଖାଯାଉଥିବା ଶୈଳୀ ତାଙ୍କୁ ବହୁତ ପସନ୍ଦ ଥିଲା । ତେଣୁ ଶେଷରେ ସେ ଉଲ୍ରେ ସାମୁଦ୍ରିକ ମାଛ ଆଦି ତିଆରି କରିବା ଆରମ୍ଭ କଲେ । ୯ ମାସ ସମୟ ଲାଗିଥିଲା ଉଲ୍ରେ ଏକ ସମ୍ପୂର୍ଣ୍ଣ ଫିଶ୍ କାଉଣ୍ଟର କରିବା ପାଇଁ । ଆଉ ସେ ଏହି ଉଲ୍ର ସାମୁଦ୍ରିକ ମାଛ ବା ସି’ ଫୁଡ୍ଗୁଡ଼ିକୁ ବେଶ୍ ଜୀବନ୍ତ ଭାବେ କରିପାରିଥିଲେ । ଫଳରେ ସୋସିଆଲ୍ ମିଡିଆରେ ତାଙ୍କ କାମକୁ ବେଶ୍ ପ୍ରଶଂସା କରାଯାଇଥିଲା । ଏବେ ସେ ବେକେରି ଆଇଟମ୍କୁ ଉଲ୍ରେ ତିଆରି କରିବାର ଯୋଜନା ରଖିଛନ୍ତି ।


