ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ମେଗା ଶିକ୍ଷା କମ୍ପ୍ଲେକ୍ସ

ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଖୋଲିବ ଅତ୍ୟାଧୁନିକ ମେଗା ଶିକ୍ଷା କମ୍ପ୍ଲେକ୍ସ । ଗୋଟିଏ ଛାତ ତଳେ ପ୍ରଥମରୁ ଦ୍ୱାଦଶ ଯାଏଁ ରହିବ ଶ୍ରେଣୀଗୃହ । ସ୍ମାର୍ଟ କ୍ଲାସରୁମରେ ପିଲାମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ । ପାଠାଗାରରେ ବହୁ ପରିମାଣରେ ଆବଶ୍ୟକ ବହି ଉପଲବ୍ଧ ହେବ । ବିଜ୍ଞାନ, ପରୀକ୍ଷାଗାର ସହ କମ୍ପ୍ୟୁଟର ଲାବୋରେଟୋରୀ ମଧ୍ୟ ଖୋଲିବ । ସ୍କୁଲ କ୍ୟାମ୍ପସରେ ସାଂସ୍କୃ୍ତିକ କାର୍ଯ୍ୟକ୍ରମ ପାଇଁ ଅଡିଟୋରିୟମ ମଧ୍ୟ ରହିବ । ଏମିତି ଯୋଜନା କରିଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଖୋଲିବ ଏ ମେଗା ଶିକ୍ଷା କମ୍ପ୍ଲେକ୍ସ । ଗୋଟିଏ କମ୍ପ୍ଲେକ୍ସରେ ୩ ହଜାର ପିଲାଙ୍କ ପାଇଁ ପାଠପଢ଼ାର ସୁଯୋଗ ରହିବ । ଏଠାରେ ପାଠ ପଢ଼ାରୁ ଆରମ୍ଭ କରି ସବୁକ୍ଷେତ୍ରରେ ପିଲାଙ୍କ ବିକାଶକୁ ଫୋକସ କରାଯିବ । ଜାତୀୟସ୍ତରରେ ପିଲାମାନେ ଯେପରି ନିଜକୁ ସାମିଲ କରିିପାରିବେ । ସରକାରଙ୍କ ବ୍ଲୁ ପ୍ରିଣ୍ଟ ଅନୁସାରେ ଏହି ମେଗା କମ୍ପ୍ଲେକ୍ସର ପ୍ରତି ଶ୍ରେଣୀରେ ୬ଟି ସେକ୍ସନ ଖୋଲିବ । ଏ ହିସାବରେ ଦ୍ୱାଦଶ ଯାଏଁ ୭୨ଟି ଶ୍ରେଣୀଗୃହ ନିର୍ମାଣ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ