“ଭୋଟ୍ ଦେବା କାହାକୁ ??”

.୨୦୧୯ ଲୋକସଭା ତଥା କେତେକ ରାଜ୍ୟ ର ନିର୍ବାଚନ ୨ଟି ଫେଜ ଶେଷ ହୋଇଛି ।ଭୋଟର ମାନକ ମନରେ ଅନେକ ପ୍ରଶ୍ନଟ୍ଟ କିଏ ଭାବୁଛି ଦଳକୁ ପ୍ରାଧାନ୍ୟ ଦେଇ ଭୋଟ ଦବ ତ କିଏ ଭାବୁଛି ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବ ।ଅନେକ ପ୍ରାର୍ଥୀ ଓ କେତେକ ଦଳ ତାଙ୍କ ନିକଟ ରେ ଗଚ୍ଛିତ ଅପାର କଳା ଟଙ୍କା ବାଣ୍ଟି ଭୋଟର ଙ୍କୁ ପଭାବିତ କରୁଛନ୍ତି ଓ କେତେକ ସେମାନଙ୍କୁ ଡରାଇ ଧମକାଇ ଭୋଟ ନେବାକୁ ନାନା ଚକ୍ରାନ୍ତ କରୁଛନ୍ତି। କେତେକ ଦଳ ର କର୍ମୀ ମାନେ ଯାହା ଇଙ୍ଗିତ ରେ ହେଉନା କାହିଁକି ରାଜନୈତିକ ହିଂସାର ଚରମ ସୀମା ଅତିକ୍ରମ କରି ବିରୋଧି ଦଳ କର୍ମୀ ଙ୍କୁ ହତ୍ୟା କରିବାକୁ ପଛାଉନାହାନ୍ତି। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କ ପ୍ରଚାର ସମୟରେ ବିରୋଧୀ ଗୋଷ୍ଠୀ ବିଶୃଙ୍ଖଳା ସହ ଟେକା ମାଡ଼ କଲେ। ଖୋର୍ଦ୍ଧା ର ଜଣେ ବିଜେପି ନେତାଙ୍କୁ ବିଭତ୍ସ ଭାବେ ହତ୍ୟା କଲେ।ସୋରଡା ଠାରେ ଜଣେ ବିଜେପି କର୍ମୀ ଙ୍କୁ ହତ୍ୟା ଓ କେନ୍ଦ୍ରାପଡା ରେ ମଧ୍ୟ ୩ ଜଣଙ୍କୁ ହାଣିଲେ। ଦେଓଗାଁ ରେ ଜଣେ ଭୋଟର ଭୋଟ ଦେବାପାଇଁ ଉତ୍କୋଚ ଗ୍ରହଣ ନକରିବାରୁ ତାଙ୍କୁ ଆକ୍ରମଣ କରାଗଲା ।ଭଞ୍ଜନଗର ଠାରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା ଇତ୍ୟାଦି ଖବର ଗତ ୨/୩ ଦିନ ଧରି ପ୍ରକାଶ ଓ ପ୍ରସାରଣ ହେଉଛି।ଗତ ଦୁଇ ଦିନ ତଳେ ଭୁବନେଶ୍ୱର ଉତ୍ତର ର ବିଜେପି ବିଧାୟକ ପ୍ରାର୍ଥୀ ଅପରାଜିତା ମହାନ୍ତି ଙ୍କ ଗାଡି ଭଙ୍ଗା ଓ ପ୍ରଚାରଦଳର ୯ ଜଣଙ୍କୁ ମାଡ଼ ମାରିବା ଦେଶ ର ଗଣତନ୍ତ୍ର ପ୍ରତି ଉପହାସ ମନେ ହୁଏ।ବଲାଙ୍ଗୀର ଠାରେ ଦିବାଲୋକରେ ଏକ ନିର୍ଦ୍ଧିଷ୍ଟ ଦଳ ତରଫରୁ ଭୋଟର ମାନଙ୍କୁ ଟଙ୍କା ବାଣ୍ଟିବା ଚିତ୍ର ଭାଇରାଲ ହେବ ଘଟଣା ଇଲେକ୍ସନ କମିଶନଙ୍କୁ ଏକ ଶକ୍ତ ଧକ୍କା । ନିର୍ବାଚନ ସରିବା ଭିତରେ ଆଉ କେତେ ହିଂସା କାଣ୍ଡ ହେବ ତାକୁ ଅପେକ୍ଷା କରି ତଥା କର୍ମୀ ମାନେ ନିଶ୍ଚୟ ଚିନ୍ତିତ ଓ ବିଚଳିତ ରହିବେ ।ଦୁଃଖର ବିଷୟ ହିଂସାକାଣ୍ଡ ଘଟାଉଥିବା ଦଳର ନେତାମାନେ ମଧ୍ୟ ଏ ସବୁ କାଣ୍ଡ ନକରିବାକୁ ତାଙ୍କ ଦଳର କର୍ମୀମାନଙ୍କୁ ନିର୍ଦେଶ ଦେଉନାହାନ୍ତି କ୍ଷ ଆମ ମନକୁ ପ୍ରଶ୍ନ ଆସେ, ଯଦି ଦଳର ଆଦର୍ଶ ଓ ନେତା ଦଳ ପାଇଁ ସୂର‌୍ୟ୍ୟ, ବା ଆଉ କୌଣସି ଗ୍ରହ ଭାବେ ପରିଚିତ ଓ ଭୋଟର ମାନଙ୍କ ପାଇଁ ଗ୍ରହଣୀୟ ତେବେ ତାଙ୍କର କର୍ମୀ ମାନେ ଏତେ ବ୍ୟସ୍ତ ବିବ୍ରତ କାହିଁକି ? ଦଳର ଆଦର୍ଶ ଥିଲେ କିମ୍ବା ଦଳପତି ଗ୍ରହଣୀୟ ଥିଲେ ଭୋଟର ମାନେ ଆପେଆପେ ତାଙ୍କୁ ଭୋଟ୍ ଦେବେ ।ଏଣୁ ଗଣତନ୍ତ୍ର କୁ ଆଘାତ କରି ଅନ୍ୟ ବିପକ୍ଷ ପ୍ରତିଦ୍ବନ୍ଦିଙ୍କ ପ୍ରଚାର ପାଇଁ ଗଣତାନ୍ତ୍ରିକ ଅଧିକାର କୁ ବାଧା ଦେବା ପାଇଁ ଏପରି ହିଂସାତ୍ମକ ରାସ୍ତା ଆପଣାଇବାର କାରଣ କଣ ? ଆମେ ଦେଖୁଛେ ଯେ, ଅନେକ ଅପରାଧୀକ ମାମଲା ମାନଙ୍କରେ ଜଡିତ ଥାଇ ଅନେକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ପ୍ରାର୍ଥୀ ହେଉଛନ୍ତି ।ଏପରିକି କେତେକ ପୋଲିସ୍ ଅଧିକାରୀ ଚାକିରୀ କାଳରେ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖି ଅଜସ୍ର ଟଙ୍କା କମାଇ ଇଲେକ୍ସନରେ ପ୍ରାର୍ଥି ହୋଇ କଳା ଟଙ୍କାର ଦୁରୂପଯୋଗ କରୁଛନ୍ତି କ୍ଷ ଉଦ୍ଭ୍ରାନ୍ତ ମଦ୍ୟପ ଯୁବକ ମାନଙ୍କୁ ମାନଙ୍କୁ ଗୁଣ୍ଡାବାହିନୀ ରୂପେ ବ୍ୟବହାର କରି ହିଂସାତ୍ମକ କାର‌୍ୟ୍ୟମାନ କରାଯାଉଛି ।କେତେକ ଭୋଟର ମଧ୍ୟ ଭୟରେ ଭୋଟ୍ ଦାନକୁ ଯିବାକୁ ଅମଙ୍ଗ ହେଉଛନ୍ତି ।ଏହା ଦ୍ବାରା ଜଣେ ଭୋଟର ର ଗଣତାନ୍ତ୍ରିକ ଅଧିକାର କୁ କ୍ଷୁର୍ଣ୍ଣ କରା ଯାଉଛି।ଏ ସବୁକୁ ପ୍ରତିହତ କରିବାକୁ ଇଲେକ୍ସନ କମିଶନ ଙ୍କ ପାଖରେ ଶକ୍ତି ସାମର୍ଥ୍ୟ ଓ ଲୋକବଳ ନାହିଁ ।ଇଲେକ୍ସନ ପଦ୍ଧତି ଚାଲୁ ରହିବା ସମୟରେ ରାଷ୍ଟ୍ରପତି ଶାସନ ଲାଗୁ ରହିଲେ ଶାସକ ଦଳ ତାଙ୍କର ମନମାନି କରିପାରନ୍ତେନି।ଏଥିପାଇଁ ଆମ ସମ୍ବିଧାନ ରେ ସଂଶୋଧନ ଦରକାର ।ଏହି ସମୟରେ କିମ୍ବା ନିର୍ବାଚନ ତାରିଖ ଘୋଷଣା ପରେ ଦଳ ବଦଳ ବନ୍ଦ କରିବା ନିହାତି ଆବଶ୍ୟକ ।ତାହାହେଲେ ପ୍ରକୃତ କର୍ମୀ ଦଳକୁ ଆଦରି ରହିବେ ଓ ବ୍ୟବସାୟୀକ ଦୃଷ୍ଟିରୁ ବା ସ୍ୱାର୍ଥ ସାଧନ ସକାଶେ ନାମାଙ୍କନ ଦିନ ପର‌୍ୟ୍ୟନ୍ତ ଦଳ ବଦଳ କରିପାରନ୍ତେନି ।ଏହା ଆମର ଗଣତନ୍ତ୍ର ପ୍ରତି ବିପଦ ।ଏ ସବୁକୁ ଚିନ୍ତା କଲେ ଜଣେ ଭୋଟ୍ର ଭୋଟ୍ ଦେବା ପୂର୍ବରୁ ନିର୍ବିଘ୍ନରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେଇପାରୁ ନାହାଁନ୍ତି ।ତଥାପି ଯଦି ଜଣେ ଭୋଟର ଜଣେ ଯୋଗ୍ୟ, ଦୁର୍ନୀତିମୁକ୍ତ, ଉଚ୍ଚ ଚିନ୍ତାଧାରୀ ହୋଇଥାନ୍ତି ତେବେ ତାଙ୍କୁ ଆମେ ଭୋଟ୍ ଦେବା ଆବଶ୍ୟକ ।ସର୍ବୋପରି ରାଷ୍ଟ୍ରର ସ୍ୱାର୍ଥ ଦୃଷ୍ଟିରୁ ଏକ ଝୁଲା ସରକାର ନକରି ଏକ ଦକ୍ଷ ନିରପେକ୍ଷ ଓ ରାଷ୍ଟ୍ର ସୁରକ୍ଷା କରି ପାରୁଥିବା ଦଳକୁ ଆମେ ଭୋଟ୍ ଦେବା ଶ୍ରେୟସ୍କର । ଭୋଟର ମାନଙ୍କ ଉତ୍ତମ ନିଷ୍ପତ୍ତି ଆମ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବାସହ ଦକ୍ଷ ପାର୍ଥୀଙ୍କୁ ନିର୍ବାଚିତ କରିପାରିବ କ୍ଷ

ରାଜ୍ୟ ସାଧାରଣ ସମ୍ପାଦକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ