ବିଜେଡି ଛାଡି ବିଜେପିରେ ମିଶିଲେ ଅର୍ଚ୍ଚନା ରାଉତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ) : ଆଜି ରେମୁଣା ବିଜେପି କାର୍ଯ୍ୟାଳୟରେ ବିଜୁ ମହିଳା ଜନତା ଦଳର ପୂର୍ବତନ ରେମୁଣା ବ୍ଲକ ସଭାପତି ତଥା ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଟିକେଟରେ ଜିଲ୍ଲା ପରିଷଦ ଭାବେ ଜିତିଥିବା ଅର୍ଚ୍ଚନା ରାଉତ ଓ ନୂଆଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରିୟବତ ରାଉତ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶପ୍ରିତି ଓ ବିକାଶ ଧାରା ଓ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ କାର୍ଯ୍ୟଶୈଳୀରେ ଆକର୍ଷିତ ହୋଇ ବିଜେପିରେ ମିଶିଛନ୍ତି ବୋଲି ଶ୍ରୀମତୀ ରାଉତ ପ୍ରକାଶ କରିଥିଲେ । ବିଜେଡିରେ ଗଣତନ୍ତ୍ର ନାହିଁ, ପ୍ରଶାସକ ଅଧିକାରୀଙ୍କ ନିର୍ଦ୍ଦେଶରେ ପାର୍ଟି ପରିଚାଳିତ ହେଉଛି ଓ ଜିଲ୍ଲାର ନେତୃତ୍ୱ ବିଜେଡିକୁ କଂଗ୍ରେସିକରଣ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ମିଶ୍ରଣ ସଭାରେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏଥିରେ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ବିପିନ ବିହାରୀ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ମଣ୍ଡଳ ସଭାପତି ଗୌରୀରୋପାଳ ସାହୁ, ଜିଲ୍ଲାପରିଷଦ ସଦସ୍ୟ ସୀତାରାମ ପ୍ରଧାନ, ବିପିନ୍ ମାରାଣ୍ଡି, ଅଏସ କୁମାର ରାଉତ, ଶେରଗଡର ପୂର୍ବତନ ସରପଞ୍ଚ ନଗେନ୍ଦ୍ର ସ ପ୍ରମୁଖ ମଞ୍ଚାସୀନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ