ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ମିଶିଲେ ଶତାଧିକ କର୍ମୀ
ବାଲେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଏହି ମିଶ୍ରଣ ପର୍ବରେ ବିଜେଡି ଏବଂ କଂଗ୍ରେସ ଦଳର ପୂର୍ବତନ ସରପଞ୍ଚ, ସମିତିସଭ୍ୟ ସହିତ ଶତାଧିକ କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ବିଜେଡିର ଅତ୍ୟାଚାରରେ ଅତିଷ୍ଠ ହୋଇ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ ହିତକାରୀ ଯୋଜନା ଓ ଆର୍ଦଶକୁ ସ୍ୱୀକାର କରି ତଥା ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କାର୍ଯ୍ୟ ଦକ୍ଷତା ଓ ନେତୃତ୍ୱ ଉପରେ ଭରଷା ରଖି ପୁରୁଣା ବାଲେଶ୍ୱରର ମହେଶ୍ୱର ସେଠୀ, ମୀନାକ୍ଷୀ ନାୟକ, ସତୀବାଲା ନାୟକ, ବୈଷ୍ଣବ ସିଂ, ଦୀପକ ବିଶ୍ୱାଳ, ସୟ ଗୋସ୍ୱାମୀ, ମେଘରାୟ ଟୁଡୁ, ଜଗବନ୍ଧୁ ସୋରେନ, ସୟ ଯାଦବ, ଦୀପକ ନାୟକ, ସମୀର ଦଣ୍ଡପାଟ, ଶିବ ଚନ୍ଦ୍ର ମହାନ୍ତି,ତପସ୍ୱୀ ଯାଦବ, ଶିବ ମହାନ୍ତ, ସନ୍ତୋଷ ନାୟକ, ପ୍ରଦୀପ ବେହେରା ଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତକୁ ଟାଣ କରିବା ସଙ୍ଗେସଙ୍ଗେ ଓଡିଶା ଓ କେନ୍ଦ୍ରରେ ଡବଲ ଇିନ ସରକାର ସୁନିଶ୍ଚିତ ହେବ ବୋଲି ସାଂସଦ ପ୍ରାର୍ଥୀ ଶ୍ରୀ ଷଡଙ୍ଗୀ ଦୃଢୋକ୍ତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଡସାହି ବିଜେପି ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି, ଲୋକସଭା ସହ ପ୍ରଭାରୀ ଅଜୟ ମିଶ୍ର,ଜିଲ୍ଲା ସମ୍ପାଦକ ମିହିର ପାଣି ପ୍ରମୁଖ ଉପସ୍ଥିତ ଥିଲେ (ଯୁଗାବ୍ଦ ନ୍ୟୁଜ ) :


