ସାପ କାମୁଡ଼ାରେ ଯୁବକ ମୃତ

 ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ଟୁଟୁ ଭୁଁୟା ନାମକ ଜଣେ ଯୁବକ ସାପ କାମୁଡ଼ା ରେ ମୃତ୍ୟୁବରଣ କରିଛନ୍ତି।ମଙ୍ଗଳବାର ସକାଳେ ଦିଗପହଣ୍ଡି ପୁଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚି ତାଙ୍କ ଶବ ଜବତ କରି ଥାନା ଅପମୃତ୍ୟୁ ମାମଲା ନଂ.୧୯/୨୫ ଅନୁଯାୟୀ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।ସୋମବାର ସନ୍ଧ୍ୟାରେ ଟୁଟୁ ଗ୍ରାମର ଏକ ଟ୍ରାକ୍ଟର ରେ ଇଟା ଲୋଡିଂ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କ ବାମ ହାତକୁ ଦଂଶନ କରିଥିଲା।ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ଟୁଟୁ ଙ୍କ ସ୍ତ୍ରୀ ହାଡ଼ିଆଣି ଭୁଁୟା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅପମୃତ୍ୟୁ ମାମଲା ରୁଜୁ କରି ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ