ନାବାଳିକାଙ୍କୁ ଅପହରଣ ଅଭିଯୋଗ

 ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁ ରୁ ଜଣେ ୧୩ ବର୍ଷୀୟା ନାବାଳିକା ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।ଏନେଇ ନାବାଳିକା ଙ୍କ ମାମୁ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଭାରପ୍ରାପ୍ତ ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ ସିଂ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଅପହୃତା ନାବାଳିକା କିମ୍ବା ଅଭିଯୁକ୍ତ ଙ୍କ ସନ୍ଧାନ ମିଳିପାରିନାହିଁ।ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁ ର ନାବାଳିକା ଜଣକ ଗତ ପ୍ରାୟ ୧୦ ଦିନ ପୂର୍ବେ ଦିଗପହଣ୍ଡି ବ୍ଲକ ଅଧିନ ତାଙ୍କ ମାମୁ ଘର ଗାଁ କୁ ବୁଲି ଆସିଥିଲେ। ଗତ ସୋମବାର ରାତି ପ୍ରାୟ ସାଢ଼େ ୧୧ ଟାରେ ନାବାଳିକା ଙ୍କ ମାମୁ ଙ୍କ ଫୋନ କୁ ଅନ୍ୟ ଏକ ଅଜଣା ନଂ ରୁ ଫୋନ ଆସିଥିଲା। ସେ ଫୋନ ଉଠାଇ ନଥିଲେ।  ବୁଧବାର ମଧ୍ୟାହ୍ନ ରୁ ସେ ଘରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଙ୍କୁ ଚିହ୍ନଟ କରାଯାଇଛି।ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ