ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁ ର ଜଣେ ୧୭ ବର୍ଷୀୟା ନାବାଳିକା ଙ୍କୁ ସେହି ଗାଁ ର ସନିଆ ନାୟକ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଅପହରଣ କରିଥିବା ଅଭିଯୋଗ ହୋଇଛି। ।ନାବାଳିକା ଙ୍କ ବାପା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି  ମାମଲା ନଂ.୧୯୮/୨୫ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି  ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ତଦନ୍ତକାରୀ ଅଧିକାରୀ ସଦଳବଳେ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ନାବାଳିକାଙ୍କ ପତ୍ତା ମିଳିପାରିନାହିଁ।ଘଟଣା ଦିନ ରାତିରେ ନାବାଳିକା ଜଣକ ଘରେ ଶୋଇଥିବା ବେଳେ ଭୋର ରୁ ନିଖୋଜ ହୋଇଯାଇଥିଲେ।ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।ଘଟଣା ପରଠାରୁ ସନିଆ ଗାଁ ରେ ଅନୁପସ୍ଥିତ ଥିବାରୁ ସେ ହିଁ ନାବାଳିକାଙ୍କୁ ଅପହରଣ କରିଥିବା ନାବାଳିକା ଙ୍କ ବାପା ପୋଲିସ କୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ