ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଦିଗପହଣ୍ଡି ଇଲାକାର  ଜଣେ ୧୪ ବର୍ଷୀୟା ନାବାଳିକା ଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।ନାବାଳିକା ଙ୍କ ବାପା ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ମାମଲା ନଂ.୨୭୯/୨୫ ଦଫା – ୧୩୭(୨) (ଅପହରଣ) ମକଦ୍ଦମା ରୁଜୁ କରି  ତଦନ୍ତ ଚଳାଇଛନ୍ତି।ଗତ ରବିବାର ନାବାଳିକା ଙ୍କ  ବାପା ମା ଘରେ ଅନୁପସ୍ଥିତ ଥିବା ବେଳେ  ନାବାଳିକା ଜଣକ ଘରେ ଏକୁଟିଆ ଥିଲେ। ଅପରାହ୍ନ ପ୍ରାୟ ସାଢେ ୪ ଟାରେ ଘରକୁ ବାପା ମା ଫେରିବା ପରେ ଝିଅ ନଥିବା ଜାଣିଥିଲେ।ନାବାଳିକା ଙ୍କ ବାପା ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।  ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଖମାରି ଗାଁ ପଞ୍ଚାୟତ ବାଇଗଣବାଡ଼ି ଗ୍ରାମର କାହ୍ନା ନାଇକ ତାଙ୍କ ଝିଅ କୁ ଘରୁ ନେଇଯାଇଥିବା ନେଇ ତାଙ୍କ ସାହିର ଜଣେ ମହିଳା ସୂଚନା ଦେଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ବିଭିନ୍ନ ସନ୍ଦିଗ୍ଧ ଇଲାକାରେ ଚଢାଉ କରିଥିଲେ ମଧ୍ୟ ଅପହୃତା ନାବାଳିକା ଙ୍କ ସନ୍ଧାନ ମିଳିପାରିନାହିଁ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ