ଉପାଧ୍ୟକ୍ଷ ଓ ବିଧାୟକଙ୍କ ଦାବି ପରେ ଆମ୍ବଗାଡ଼ିଆ-ବୈତରଣୀ ନଦୀବନ୍ଧ ରାସ୍ତା ଅନୁମୋଦିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ଓ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀଙ୍କ ଦାବି ପରେ ଆମ୍ବଗାଡ଼ିଆ – ବୈତରଣୀ ନଦୀବନ୍ଧ ରାସ୍ତା ଭାୟା ନାଇକ ସାହି ଓ ମାଉସୀମା ମନ୍ଦିର ରାସ୍ତା ଅନୁମୋଦିତ ହୋଇଛି। ବିଶେଷକରି ବଞ୍ଚୋ ବଡଦାଣ୍ଡ ରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଅଣ ଓସାରିଆ ରାସ୍ତା ଥିବାରୁ ରଥ ଯାତ୍ରା ସମୟରେ ନାନା ସମସ୍ୟା ସୃଷ୍ଟି ହେଉଥିଲା। ଏନେଇ ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଧାୟକ ଅଭିମନ୍ୟୁ ସେଠୀ ଗତ ୧୮/୭/୨୦୨୫ରେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇ ଆମ୍ବଗାଡ଼ିଆ ଠାରୁ ନାଇକ ସାହି, ମାଉସୀମା ମନ୍ଦିର ଦେଇ ବୈତରଣୀ ନଦୀବନ୍ଧ ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ। ବିଭାଗୀୟ ଅଧିକାରୀ ଙ୍କ ସୁପାରିଶ ପରେ ଏହି ରାସ୍ତାକୁ ଅନୁମୋଦନ କରାଯିବା ସହିତ ରାସ୍ତା ନିର୍ମାଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସମ୍ପୂର୍ଣ୍ଣ କରାଯାଇଛି। ଏହାକୁ ନେଇ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ ବିଧାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ବିଭାଗୀୟ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି।


