ଏସ୍‌ଟି ଏବଂ ଏସ୍‌ସି ମିଳିତ ମଞ୍ଚ ପକ୍ଷରୁ ଆମ୍ବେଡକରଙ୍କ ଜୟନ୍ତୀ

ପଦ୍ମପୁର,(ଭେଙ୍କେଟ ରମଣା ପ୍ରଧାନ):ପଦ୍ମପୁରର୍ରେ ଭାରତରତ୍ନ ଡ଼ା. ବାବାସାହେବ ଆମ୍ବେଡକରଙ୍କ ଜୟନ୍ତୀ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଏସ୍‌ଟି ଏବଂ ଏସ୍‌ସି ମିଳିତ ମଞ୍ଚ ପକ୍ଷରୁ ଏହି ଅବସରରେ ବିଭିନ୍ନ କାର୍ୟକ୍ରମ ଆୟୋଜନ କରାଯାଇଥିଲା। ସ୍ଥାନୀୟ ରାଜାଜି ଟାଉନ୍‌ ହଲ୍‌ ଠାରୁ ଆମ୍ବେଡକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ଭବ୍ୟ ଶୋଭାଯାତ୍ରା ବାହାର କରାଯାଇଥିଲା। ପରେ ଏସ୍‌ଟି ଏବଂ ଏସ୍‌ସି ମିଳିତ ମଞ୍ଚର ସଭାପତି ଭୋଜରାଜ ବାଗଙ୍କ ସହ ଅନ୍ୟାନ୍ୟ ସଦସ୍ୟମାନେ ଆମ୍ବେଡକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟାର୍ପଣ କରିଥିଲେ। ଏହାପରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା, ଯେଉଁଥିରେ ଡ଼ା. ଆମ୍ବେଡକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅବଦାନ ବିଷୟରେ ଅଲୋଚନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ