ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବାଇକ୍ ଶୋଭାଯାତ୍ରା
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଡା ବି ଆର ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ଅବସର ରେ ଘୁମୁସର ତାଲୁକା ହlଡ଼ି ସମାଜ ସଭାପତି ତଥା ଆମ୍ବେଦକର ବିଚାର ମଞ୍ଚ ରାଜ୍ୟ ସଭାପତି ପଞ୍ଚାନନ ନାୟକଙ୍କ ନେତୃତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଧାକୃଷ୍ଣ ପାଠାଗାର ସଭାପତି ନିରଞ୍ଜନ ପ୍ରଧାନ ମୁଖ୍ୟ ବକ୍ତା ରାଧାକୃଷ୍ଣ ପାଠାଗାର ଉପସଭାପତି ପଦ୍ମଚରଣ ପ୍ରଧାନ, ସ୍ଵତନ୍ତ୍ର ଅତିଥି ଭାବରେ ଆଣ୍ଡମାନ ନିକୋବର ଦ୍ଵୀପପୁଞ୍ଜ ର ବିଶିଷ୍ଟ ସମାଜ ସେବୀ ଶେଖର କୁମାର, ସମ୍ମାନିତ ଅତିଥି ଭାବରେ ପୂର୍ବତନ ଭଂଜନଗର ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼, ଏବଂ ଯୁବସେର୍ଚ୍ଚାସେବୀ ଦିଲ୍ଲୀପ ପଗଡ, ଆମ୍ବେଦକର ବିଚାର ମଞ୍ଚ ର ରାଜ୍ୟ ସମ୍ପାଦକ ସୁଧୀର ନାୟକ, ଭଞ୍ଜକିଶୋର୍ ପ୍ରଧାନ, ପାଇଲିପଡା ମୁଠା ହାଡ଼ି ସମାଜ ସଭାପତି ପବିତ୍ର ନାୟକ , ସୁବାସ ନାୟକ, ଜଗନ୍ନାଥ ନାୟକ, ନିରଞ୍ଜନ ନାୟକ, ଯୋଗେନ୍ଦ୍ର ସେଠି, ପ୍ରଧାନ ଶିକ୍ଷକ ପାଣ୍ଡବ ନାୟକ , ପ୍ରମୁଖ ଉପସ୍ଥିତ ଥିଲେ । ଆମ୍ବେଦକର ଙ୍କ ଯିବନି ଓ ଦେଶର ଆଇନ ପ୍ରାଣୟନରେ ଆମ୍ବେଦକରଙ୍କ ଭୂମିକା ଉପରେ ଅତିଥିମାନେ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଆସିକା ବ୍ଲକ ନିମିନା ଠାରୁ ଏକ ବାଇକ୍ ଶୋଭାଯାତ୍ରା ଆରମ୍ଭ ହୋଇ, କେନ୍ଦୁପଦର, ଗାଙ୍ଗପୁର, କେବିପୁର, ଗୋବରା, ବେଲଗୁଣ୍ଠା, ଦେଇ ଭଂଜନଗର ଠାରେ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା ,ସେହିପରି ବେଲଗୁଣ୍ଠା ବ୍ଲକ ଉଡୁରା ଗ୍ରାମ ଠାରେ ଏକ ସଚେତନତା ସଭା କରାଯାଇ ରାଲି ସମାପ୍ତ ହୋଇଥିଲା । ସମସ୍ତଙ୍କୁ ବିଚାରମଞ୍ଚ ରାଜ୍ୟସଭାପତି ପଞ୍ଚାନନ ନାୟକ ଧନ୍ୟବାଦ ଦେଇଥିଲେ l ଏଥିରେ ଶତାଧିକ ଯୁବକ ଓ ଆମ୍ବେଦକର ବିଚାର ମଞ୍ଚର କର୍ମୀ ଉପସ୍ଥିତ ଥିଲେ l ଏହି ରାଲି ସମୟରେ ଗାଙ୍ଗପୁର, ଭଞ୍ଜନଗର ଓ ବେଲଗୁଣ୍ଠା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷାକରିବାରେ ସହଯୋଗ କରିଥିଲା l


