ଆମ୍ବୁଲାନ୍ସ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ଫାର୍ମାସିଷ୍ଟ ଓ ହେଲ୍ପର
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତ ଅଧୀନ ଆଙ୍କୁଲପଦର ଗ୍ରାମ ନିକଟରେ ଏକ ଦୁର୍ଘଟଣା ଗସ୍ତଙ୍କୁ ଆଣିବା ପାଇଁ ମୁନିଗୁଡାରୁ ଆମ୍ବୁଲାନ୍ସ ଯାଉଥିବା ବେଳେ ମଝି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଦୁର୍ଘଟଣା ଖବର ପାଇ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ମାନଙ୍କୁ ଆଣିବା ପାଇଁ ମୁନିଗୁଡାରୁ ବାହାରି କିଛି ଦୂର ଯାଇଥିବା ବେଳେ ହୁକୁମତଳା ଛକ ନିକଟରେ ଆମ୍ବୁଲାନ୍ସଟି ହଠାତ୍ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖମ୍ବକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ କାହାର କିଛି ହୋଇନଥିବା ବେଳେ ଆମ୍ବୁଲାନ୍ସର ଡ୍ରାଇଭର,ଫାର୍ମାସିଷ୍ଟ ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗାଡ଼ିର ସାମ୍ନା ଅଂଶ କିଛି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଘଟଣା ପରେ ସ୍ଥାନୀୟ ଲୋକ ମାନେ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ସହଯୋଗ କରିଥିବା ଜଣାପଡିଛି। ଏହି ଘଟଣାରୁ ବଡ଼ ବିପଦ ଟଳିଯାଇଥିବା ବେଳେ ଆମ୍ବୁଲାନ୍ସଟି କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ହୋଇଛି ତାହା ଜଣାପଡିନି।


