ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ବାର୍ଷିକ କ୍ରିଡା ଉତ୍ସବ ଉଦ୍‌ଘାଟିତ

ନାଉଗାଁ,(ଓ୍ବାଇଏନଏସ): ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୁତି ଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା ଯୋଗ ଦେଇ ପତାକା ଉତୋଳନ କରି ବାର୍ଷିକ କ୍ରିଡାକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ପଂଚାୟତ ସମିତି ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, ନାଉଗାଁ ସମିତି ସଭ୍ୟା ମାନସୀ ଲେଙ୍କା, ସରପଂଚ ପ୍ରାଚୀ ସାଗରିକା ଜେନା, ରୋହିଆ ସରପଂଚ ହେମାମାଳିନୀ ମହାନ୍ତି ପ୍ରମୁଖ ଯୋଗ ଦେଇ ପିଲାମାନେ ପାଠପଢା ସହିତ ଖେଳକୁଦ ଉପରେ ଗୁରୁତ୍ୱ ଦେବା ପାଇଁ ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ଡ. ସନ୍ଦୀପ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁକ୍ତ ୩ କ୍ରିଡା ବିଭାଗର ସହ ଉପସଭାପତି ଦୀନବନ୍ଧୁ ନାୟକ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୁକ୍ତ ୩ କ୍ରିଡା ବିଭାଗର ଉପସଭାପତି ଚୌଧୁରୀ ବିନେଶ କୁମାର ଦାସ, ଯୁକ୍ତ ୨ କ୍ରିଡା ବିଭାଗର ଉପସଭାପତି ଡ. ବିକ୍ରମ ବେହେରା, ପ୍ରାଧ୍ୟାପକ ଜ୍ୟୋତି ପ୍ରକାଶ ଲେଙ୍କା, ଚନ୍ଦ୍ରଶେଖର ପୁହାଣ, ପ୍ରଭାତ କୁମାର ଶତପଥି,ହୃଦାନନ୍ଦ ସ୍ୱାଇଁ, ଅନ୍ତର୍ଯ୍ୟାମୀ ଦିକ୍ଷିତ୍‌, ତୁଷାରକାନ୍ତ ଦାସ, ଅଧ୍ୟାପିକା ମନଲୋଭା ପ୍ରଧାନ, ବିଜୟିନୀ ପଢିଆରୀ ପ୍ରମୁଖ ପରିଚାଳନା କରୁଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ