ଧରଣଧର ବିଶ୍ଵବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଧରଣୀଧର ବିଶ୍ୱବିଦ୍ୟାଳୟ ଏନ ଇ ଏଚ ୫ ସଭଗୃହରେ “ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟୀତ୍ୱ “ଶୀର୍ଷକ ଏକ ଆଲୋଚନା ଅନୁଷ୍ଠିତ ହୋଇ ଯାଇଛି। ଏହି ଆଲୋଚନା ଚକ୍ର ର ସଭାପତିତ୍ବ କରିଥିଲେ ସ୍ନା୍ତକୋତ୍ତର ପରିଷଦ ର ଅଧକ୍ଷ ଡ଼କ୍ଟର ପ୍ରଭୁ ପ୍ରସାଦ ଦାସ।ସେ ତାଙ୍କ ଅଭିଭାଷଣ ରେ କହିଥିଲେ ଦୁର୍ନୀତି ଆମ ବିକାଶ ର ପଥରୋଧ କରୁଛି ଓ ନିଜ ସ୍ତରରେ ଦୁର୍ନୀତିକୁ ପ୍ରଥମେ ହଟାଇଲେ ଦେଶ ର ପ୍ରଗତି ହୋଇ ପାରିବ। ଆଲୋଚନା ଚକ୍ର ରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଥିଲେ କେନ୍ଦୁଝର ଭିଜିଲାନସ୍ ବିଭାଗ ଡି ଏସ ପି ଶ୍ରୀ ସୁଧାଂଶୁ ଶେଖର ପୂଜାରୀ। ସେ ତାଙ୍କ ଅଭିଭାଷଣ ରେ କହିଥିଲେ ଭିଜିଲାନସ୍ ବିଭାଗ ତାର କାର୍ଯ୍ୟ ନିଷ୍ଟା ର ସହ କରୁଛି। ଆପଣ ମାନେ ଆମକୁ ଅବଗତ କଲେ ଆମେ ତୁରନ୍ତ କାର୍ଯାନୁଷ୍ଠାନ ନେବୁ। ଏଥିସହିତ ନିଜ ନିଜ କ୍ଷେତ୍ର ରେ ଦୁର୍ନୀତିକୁ ପରିହାର ପାଇଁ ସେ ବାର୍ତ୍ତା ପ୍ରଦାନ କରିଥିଲେ।ଏହି କାର୍ଯକ୍ରମ ରେ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ଯୋଗ ଦେଇ ତାଙ୍କ ଅଭିଭାଷଣ ରେ ଦୁର୍ନୀତି ର ମୁଳ ଉତ୍ପାଟନ ପାଇଁ ଆହ୍ବାନ ଦେଇଥିଲେ।ଏହି କାର୍ଯ୍ୟ କ୍ରମ ପୂର୍ବରୁ ଜିଲ୍ଲା ସ୍ତରୀୟ ଇଂରାଜୀ ଓ ଓଡ଼ିଆ ରେ ବକ୍ତୃତା ପ୍ରତିଯୋଗିତା ୨୮-୧୦-୨୦୨୫ ରେ ଅନୁଷ୍ଠିତ ହୋଇଯାଇଛି। କୃତି ପ୍ରତିଯୋଗୀ ମାନଙ୍କୁ ୧-୧୧-୨୦୨୫ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସଭାରେ ଭିଜିଲାନ୍ସ ବିଭାଗ ତରଫରୁ ପୁରସ୍କାର ପ୍ରଦାନ କରାଯିବ।ସଭା ରେ ବିଶ୍ଵବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଦୁର୍ନୀତି ନିବାରଣ ପାଇଁ ଶପଥ ନେଇଥିଲେ। କାର୍ଯ୍ୟକ୍ରମ ର ସ୍ବାଗତ ଭାଷଣ ଡ଼କ୍ଟର ଅନୁପମା ଦାସ କରିଥିବା ବେଳେ  ଅତିଥି ପରିଚୟ ପ୍ରଦାନ କରିଥିଲେ  ଶ୍ରୀ ବିଜୟ କୁମାର ବେହେରା  ଓ ଧନ୍ୟବାଦ୍ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀ ଦୀନେଶ ମହାରଣା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ