ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଆସିକା ବାଣିବିହାର ଉତ୍ସବମୁଖର
ଆସିକା (ୱାଇଏନ୍ଏସ୍): ବିଘ୍ନ ବିନାଶକ ଶ୍ରୀ ଗଣେଶ ପୂଜା ପାଇଁ ଆସିକା ପୌର ପରିଷଦ ଅଧୀନସ୍ଥ ୨ ନମ୍ବର ୱାର୍ଡର ବାଣିବିହାର ସ୍ଥିତ ଅସ୍ଥାୟୀ ପୂଜାମଣ୍ଡପ ଉତ୍ସବ ମୁଖର ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ବାଣିବିହାର ଫ୍ରେଣ୍ଡ୍ସ ୟୁନିୟନ୍ ପକ୍ଷରୁ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ଆରମ୍ଭ ହୋଇଯାଇଛି ବିଘ୍ନ ବିନାଶକ ପାର୍ବତୀନନ୍ଦନ ଶ୍ରୀ ଗଣେଶଙ୍କ ପୂଜା । ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନରେ ବାଣିବିହାର ସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପ ମୁଖରିତ ହୋଇପଡୁଥିବା ଦେଖିବାକୁ ମିଳୁଛି । ଆସିକା ପୌର ପରିଷଦ ଅଧିନସ୍ଥ ୨ ନମ୍ବର ୱାର୍ଡର ବାଣିବିହାର ସ୍ଥିତ ପୂଜାମଣ୍ଡପରେ ଅନୁଷ୍ଠିତ ହୋମଯଜ୍ଞ କାର୍ଯ୍ୟକ୍ରମରେ କାଉନସିଲର୍ ତଥା ଶ୍ରଦ୍ଧାଳୁ ଭକ୍ତ ନିଗମାନନ୍ଦ ରାଉତ ଓ ତାଙ୍କ ପତ୍ନୀ ଆଧ୍ୟାତ୍ମିକପ୍ରେମୀ ପୂଜା ବିଷୋୟୀ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିଲେ । ଆସିକା ପୌର ପରିଷଦ ଅଧୀନସ୍ଥ ବାଣିବିହାର ସ୍ଥିତ ଗଣେଶ ପୂଜା ମଣ୍ଡପର ସାଜସଜା ଦେଖିବାକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି । ଆସିକା ପୌର ପରିଷଦ ଅଧୀନସ୍ଥ ବାଣିବିହାର ସ୍ଥିତ ଅସ୍ଥାୟୀ ପୂଜାମଣ୍ଡପରେ ଧରାପୃଷ୍ଟକୁ ଅବତରଣ କରି ବିରାଜମାନ ହୋଇଥିବା ଅଗ୍ରପୂଜ୍ୟ ପାର୍ବତୀ ନନ୍ଦନଙ୍କୁ ଆରାଧନା କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଥିବା ବେଳେ ଏହି ଗଣେଶ ପୂଜାକୁ ସୁପରିଚାଳନା କରିବା ପାଇଁ ଆଧ୍ୟାତ୍ମିକପ୍ରେମୀ ତଥା ତଥା ଫ୍ରେଣ୍ଡ୍ସ ୟୁନିୟନ କ୍ଳବର ସକ୍ରିୟ ସଦସ୍ୟ ନିଗମାନନ୍ଦ ରାଉତ, ସମୀର ଚୌଧୁରୀ, ବିନାୟକ ପଣ୍ଡା, ସୁଶାନ୍ତ ଦାଶ, ଅମର ନାୟକ, ଅମଞ୍ଜୟ ଚୌଧୁରୀ, ମୈତ୍ର ଦାଶ, ଶୁଭମ୍ ନାହାକ, ଜୀବନ ପୋଲାଇ, ସୁମନ୍ ରେଡି, ପ୍ରଭୁ ଦାଶ, ତାପସ ରଥ, ଗଙ୍ଗାଧର ପାଢୀ, ସାଗର ପାଣିଗ୍ରାହୀ, ଶ୍ରୀକାନ୍ତ ଗୌଡ, ବଳିଆ ଗୌଡଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ, ଅଧ୍ୟାତ୍ମିକପ୍ରେମୀ ଓ ଯୁବପିଢୀ ଆଗେଇ ଆସିଥିବା ଲକ୍ଷ୍ୟ କରାଯାଇଛି । ବାଣିବିହାର ଫ୍ରେଣ୍ଡ୍ସ ୟୁନିୟନର ଗଣେଶ ପୂଜା ମହୋତ୍ସବ ଚଳିତ ଥର ୪୯ ବର୍ଷରେ ପଦାର୍ପଣ କରିଥିଲା ବେଳେ ରଙ୍ଗୀନ ଆଲୋକମାଳାରେ ପୂଜାମଣ୍ଡପ ଝଲସି ଉଠୁଥିବା ଦେଖିବାକୁ ମିଳୁଛି । ଆସିକା ନିକଟସ୍ଥ ଘାସିବିଲି ଗ୍ରାମର ବିଦ୍ୱାନ ପଣ୍ଡିତ ଅନୁପ କୁମାର କର ଓ ସହଯୋଗୀ ପଣ୍ଡିତ ସୁମନ୍ତ କୁମାର କର ଏବଂ ସନ୍ତୋଷ କୁମାର ପାଢୀଙ୍କ ମନ୍ତ୍ରୋଚାରଣରେ ଅସ୍ଥାୟୀ ପୂଜାମଣ୍ଡପ ଗୁଞ୍ଜରିତ ହୋଇପଡିଥିବା ଦେଖିବାକୁ ମିଳୁଛି । ଦିନତମାମ ବାଣିବିହାର ସ୍ଥିତ ପୂଜାମଣ୍ଡପରେ ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିବା ସାଙ୍ଗକୁ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ପରିଲକ୍ଷିତ ହେଉଛି । ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଆଗମନରେ ଆସିକା ପୌର ପରିଷଦ ଅଧୀନସ୍ଥ ବାଣିବିହାର ସ୍ଥିତ ଅସ୍ଥାୟୀ ପୂଜାମଣ୍ଡପ ଉତ୍ସବମୁଖର ହୋଇପଡିଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ଗିରିଜାନନ୍ଦନଙ୍କ ସ୍ତୁତିରେ ଏକ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ବାଣିବିହାର ସ୍ଥିତ ଅସ୍ଥାୟୀ ପୂଜାମଣ୍ଡପ ରଙ୍ଗୀନ୍ ଆଲୋକମାଳାରେ ଝଲସି ଉଠୁଥିଲା ବେଳେ ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ସ୍ଥାନୀୟ ଅଞ୍ଚଳର ଶୋଭାବର୍ଦ୍ଧନ କରୁଥିବା ଆଲୋଚିତ ହେଉଛି ।


