ବିନା ନମ୍ବରରେ ଗଡୁଛି ଆସିକା ପୌର ପରିଷଦର ସେସ୍‍ପୁଲ୍‍ ଗାଡି

ଆସିକା  (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ନୀତିନିୟମକୁ ଆସିକା ପୌର ପରିଷଦ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳର ସାହିବସ୍ତିଗୁଡିକରେ ଅବାଧରେ ଚଳାଚଳ କରୁଥିବା କେତେକ ଗାଡିରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ନିୟମ ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବା ଆଲୋଚିତ ହେଉଛି । ବିନା କାଗଜପତ୍ରରେ ଅବାଧରେ ଚଳାଚଳ କରୁଥିବା ଗାଡି ଗୁଡିକୁ ଯାଞ୍ଚ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ମଧ୍ୟ ଦୃଢମତ ପ୍ରକାଶ ପାଉଛି। ପରିବହନ ବିଭାଗ ଓ ପ୍ରଶାସନର ଆଖିରେ ଧୁଳି ଦେଇ ସ୍ୱଷ୍ଟ ଦିବା ଲୋକରେ ବିନା ନମ୍ବରରେ ଆସିକା ପୌର ପରିଷଦର ସେସ୍‍ପୁଲ୍‍ ଗାଡି ଚଳାଚଳ କରୁଥିଲେ ମଧ୍ୟ ପ୍ରଶାସନର ନିରବତାକୁ ନେଇ ସାଧାରଣରେ ନାନା କଥା ଆଲୋଚିତ ହେଉଛି। ଯଦି ଦୁର୍ଭାଗ୍ୟବସତଃ ବିନା କାଗଜପତ୍ରରେ ଚଳାଚଳ କରୁଥିବା ଏହି ସେସ୍‍ପୁଲ୍‍ ଗାଡି ଦୁର୍ଘଟଣାଗସ୍ତ ହୁଏ ତେବେ ସେଥିପାଇଁ ଦାୟୀ କିଏ ରହିବ ବୋଲି ସଚେତନ ନାଗରିକ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଇଛି। ଆସିକା ସହରର ବିଭିନ୍ନ ସାହିବସ୍ତିରୁ ଆବଶ୍ୟକତା ସମୟରେ ଆବଶ୍ୟକୀୟ ଟିକସ ନେଇ ଗୃହକର୍ତ୍ତାଙ୍କ ଘରୁ ଲେଟିନ୍‍ ସଫା କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଅତୀତରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କ୍ରୟ କରାଯାଇଥିବା ସେସ୍‍ପୁଲ୍‍ ଗାଡି ବିନା ନମ୍ବରରେ ଚଳାଚଳ କରୁଥିଲା ବେଳେ ଉକ୍ତ ଗାଡିର ଫିଟନେସ୍‌, ପରମିଟ୍‌, ପଲ୍ୟୁସନ୍‌, ବୀମା ଓ ଅନ୍ୟାନ୍ୟ ନଥିପତ୍ର ଠିକ୍ ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି। ସରକାରଙ୍କ ପ୍ରତ୍ୟେକ୍ଷ ନିୟନ୍ତ୍ରଣରେ ପରିଚାଳିତ ହୋଇଆସୁଥିବା ଆସିକା ପୌର ପରିଷଦର ସେସ୍‍ପୁଲ୍‍ ଗାଡି ବିନା ନମ୍ବରରେ ଅବାଧରେ ଚଳାଚଳ କରିପାରୁଛି ତେବେ ଉକ୍ତ ଗାଡିକୁ ଜରିମାନା ପାଇଁ ଚାଲାଣ କାଟିବ କିଏ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ପରିବହନ ବିଭାଗର ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ସଡକ ସୁରକ୍ଷା ନିୟମ ବାଟବଣା ହୋଇଯାଇଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‍ ଧରିଛି । ଦୀର୍ଘ ବର୍ଷ ଧରି ବିନା ନମ୍ବରରେ ଆସିକା ପୌର ପରିଷଦର ଏକ ସେସ୍‍ପୁଲ୍‍ ଗାଡି ସହରର ସାହିବସ୍ତି ଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳକୁ ଯାଇ ଆବଶ୍ୟକତା ସମୟରେ ଲେଟିନ୍‍ ଟ୍ୟାଙ୍କ ସଫେଇ ସମୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ ବିନା ନମ୍ବରରେ ଉକ୍ତ ଗାଡି ଚଳପ୍ରଚଳ କରୁଥିଲେ ମଧ୍ୟ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତା ଓ କାର୍ଯ୍ୟଦକ୍ଷତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାରୀ ନୀତି ନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ବିନା ନମ୍ବରରେ ଚଳାଚଳ କରୁଥିବା ଆସିକା ପୌର ପରିଷଦର ସେସ୍‍ପୁଲ୍‍ ଗାଡି ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ