ବନ୍ୟପ୍ରାଣୀ ସପ୍ତାହ ସମ୍ପର୍କିତ ସଚେତନତା ସଭା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମ ନୋଡାଲ ହାଇସ୍କୁଲ ପରିସରରେ ବନ୍ୟପ୍ରାଣୀ ସପ୍ତାହ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଗଜପତି ଜିଲା ପାରଳାଖେମୁଣ୍ଡି ବନଖଣ୍ଡ ର ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ୭୨ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆୟୋଜିତ ସଭାରେ ହାଇସ୍କୁଲ ପ୍ରଧାନଶିକ୍ଷକ ରାଜୀବ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ୟପ୍ରାଣୀ ସପ୍ତାହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ସଚେତନ କରିଥିଲେ। ସହଦେବ ଟିକରପଡ଼ା ଗ୍ରାମ ତଥା ନିକଟସ୍ଥ ଅଞ୍ଚଳ ରେ ବୃଦ୍ଧି ପାଇଥିବା କୃଷ୍ଣସାର ମୃଗ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁ ଙ୍କ ସୁରକ୍ଷା ନିମନ୍ତେ ଛାତ୍ରୀଛାତ୍ର ମାନଙ୍କୁ ସଚେତନ କରାଯାଇଥିଲା।ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ ଙ୍କ ସମେତ ହାଇସ୍କୁଲ ପରିଚାଳନା କମିଟି ସଭାପତି ଲବ କୁମାର ପାତ୍ର ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ। ପରେ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଫରେଷ୍ଟର ଦେବାଶିଷ ଶତପଥି,ସୁଧାକର କଣ୍ଡାଳୁ, ଦୂର୍ଯୋଧନ ଜେନା, ଫରେଷ୍ଟଗାର୍ଡ ଗିରିଜା ଶଙ୍କର ଦୋରା, ଲକ୍ଷପତି ଗମାଙ୍ଗ,ଯଶକେତନ ବରାହା,ସରୋଜ ମଳିକ,କେ. ଗଣେଷ,ପ୍ରଭାତ ଓରାମ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଛାତ୍ର ବିକାଶ ଦଳାଇ,ଦିବ୍ୟ ପ୍ରଭାବ ମହାପାତ୍ର ଏବଂ ହାଇସ୍କୁଲ ର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ଙ୍କ ସମେତ ବନବିଭାଗ ର ପାରା କର୍ମଚାରୀ ମାନେ ଉପସ୍ଥିତ ଥିଲେ।


