ଧରଣୀଧର ବିଶ୍ଵବିଦ୍ୟାଳୟରେ ମାନବାଧିକାର ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଧରଣୀଧର ବିଶ୍ଵବିଦ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣ ର ମିଳିତ ସହଯୋଗରେ ବିଶ୍ଵ ମାନବାଧିକାର ଦିବସ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନାର(ଏନ୍ ଏସ୍ ଏସ୍) ପ୍ରୋଗ୍ରାମ ଅଫିସର ଶ୍ରୀ ଦିନେଶ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ l ଶ୍ରୀଯୁକ୍ତ ଅକ୍ଷୟ କୁମାର ଚକ୍ର ସଭାପତିତ୍ବ ଗ୍ରହଣ କରିଥିଲେ ଏବଂ ମାନବ ଅଧିକାର ଓ ଏହାର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଡଭୋକେଟ ଅର୍ଚ୍ଚନା ଦାସ posh ACT 2013 ବିଷୟରେ ଆଲୋକପାତ କରିଥିଲେ । ଶିଶୁ ନ୍ୟାୟ ବୋର୍ଡ ର ସଦସ୍ୟ ଶ୍ରୀ ମାନସ ପଣ୍ଡା ଶିଶୁ ସୁରକ୍ଷା ଏବଂ ଅଧିକାର ବିଷୟରେ ଆଲୋଚନା କରିଥିଲେ । କେନ୍ଦୁଝର ଟାଉନ ପୋଲିସ ଷ୍ଟେସନର ଉପନିରୀକ୍ଷକ ପୂର୍ଣାମୟୀ ସେଠୀ ନାରୀ ନିର୍ଯାତନା ଓ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଲୋକ ଅଦାଲତର ଅବସର ପ୍ରାପ୍ତ ବିଚାରପତି ଇ. ବିଘ୍ନେଶ୍ୱର ରାଓ ମାନବାଧିକାର ର ଉତ୍ପତ୍ତି ଓ ଗୁରୁତ୍ଵ ଉପରେ ବିଶଦ ଆଲୋଚନା କରିଥଲେ । କେନ୍ଦୁଝର ଜିଲ୍ଲା ର ପୋଲିସ ଉପ-ଅଧିକ୍ଷକ ପୋସ୍କ ନିୟମ ଉପରେ ସଚେତନ କରାଇଥିଲେ । ଜିଲ୍ଲା ବରିଷ୍ଠ ବିଚାରପତି ଶ୍ରୀମତୀ ସସ୍ମିତା ନନ୍ଦିନୀ ତ୍ରିପାଠୀ ବିଭିନ୍ନ ପ୍ରକାର ମାନବିକ ଅଧିକାର , ମୌଳିକ ଅଧିକାର ଏବଂ କର୍ତ୍ତବ୍ୟ ପ୍ରତି ସଚେତନ କରିଥିଲେ । ବିଶ୍ଵ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଶୁଭଶ୍ରୀ ସାହୁ ଓ ଓମ୍ ମୟୀ ମହାନ୍ତ ମାନବାଧିକାର ବିଷୟରେ ନିଜର ମତ ଅଭିବ୍ୟକ୍ତ କରିଥିଲେ। ସମାଜ ବିଜ୍ଞାନର ବିଭାଗର ବିଭାଗୀୟ ମୁଖ୍ୟ ସୁଶ୍ରୀ ସଙ୍ଗୀତା ନାଏକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ସୁଶ୍ରୀ ସ୍ନେହଲତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ