ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ସଚେତନତା ରାଲି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):  ବିଶ୍ବ ଏଡସ ଦିବସ  ଉପଲକ୍ଷେ ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଡ଼ସ କବଳରୁ ସାଧାରଣଙ୍କୁ ସୁରକ୍ଷା ଦେବା ଏବଂ ଏଡ଼ସ ରୋଗରୁ ଦୁରେଇ ରଖିବା ପାଇଁ ବ୍ୟାପକ ସଚେତନ କାର୍ଯ୍ୟକ୍ରମ, ରାଲି ଆଦି ଆଜି ଆୟୋଜିତ ହୋଇଯାଇଛି। ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଗଜପତି ଜିଲ୍ଲାରେ ଏଯାବତ 19 ଲକ୍ଷ 8 ହଜାର 691 ଲୋକଙ୍କୁ ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ମୋଟ ୧,୧୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଗତ 20 ବର୍ଷ ମଧରେ 184 ଜଣ ଏଡ଼ସ ରୋଗୀଙ୍କ ମୃତ୍ୟୁ ଘଟିଛି. ଏଥିସହ ଚଳିତ ବର୍ଷ 24 ଜଣ ଏଚଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି.  ସେମାନଙ୍କ ମଧ୍ୟରେ ୬୮୨ ଜଣ ପୁରୁଷ, ୪୧୯ ଜଣ ମହିଳା ଏବଂ ୪ ଜଣ ତୃତୀୟ ଲିଙ୍ଗୀୟ ଅଛନ୍ତି। ସମଗ୍ର ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍‌ରେ ସର୍ବାଧିକ ୪୯୮ ଜଣ ଚିହ୍ନଟ ହୋଇଥିବା ବେଳେ କାଶୀନଗରରେ ୨୯୩, ଗୁମ୍ଫାରେ ୯୩, ରାୟଗଡ଼ରେ ୪୬, ରା.ଉଦୟଗିରିରେ ୨୯, ମୋହନାରେ୧୭ ଏବଂ ନୂଆଗଡ଼ ବ୍ଲକ୍‌ରେ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ୧୮୪ ଜଣ ଏଡ଼ସ ରୋଗରେ ଜୀବନହାନି ଘଟିଥିବା ସୂଚନା ମିଳିଛି. ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ସେମାନେ ବାହାର ରାଜ୍ୟକୁ ଅର୍ଥାତ୍ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ୍, ତାମିଲନାଡୁର ଚେନ୍ନାଇ, ମହାରାଷ୍ଟର ମୁମ୍ବାଇ, ଗୁଜୁରାଟର ସୁରତ ସୁରତ ଭଳି ସ୍ଥାନକୁ କାମ କରିବା ପାଇଁ ଯାଇ ସେଠାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଯେତେବେଳେ ସେମାନେ ଏଠାକୁ ଫେରିଛନ୍ତି ସେମାନଙ୍କ ଦ୍ୱାରା ପରିବାରବର୍ଗ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଚଳିତ ବର୍ଷ ଗଜପତି ଜିଲ୍ଲାରେ ୨୪ ଜଣ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ମହମ୍ମଦ ମୁବାରକ୍ ଅଲ୍ଲୀ ପ୍ରକାଶ କରିଛନ୍ତି। ଆଜି ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ସକାଳ ସମୟରେ ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟ ଡାକ୍ତରଖାନା ଠାରୁ ଏକ ରାଲି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ