ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ କେନାଲ ଛକ ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ଭାରତର ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ୧୩୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ ମଣ୍ଡଳ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ବିଜେପି ସରକାର ସମ୍ବିଧାନକୁ ପରିବର୍ତ୍ତନ କରିବାକୁ ଚାହୁଁ ଥିବା ବେଳେ କଂଗ୍ରେସର ନେତୃତ୍ୱ ମାନେ ଏହାକୁ ଘୋର ବିରୋଧ କରିବା ସହିତ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତ ପ୍ରୟାସ ଜାରି ରହିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସର ପୂର୍ବତନ ଉପସଭାପତି ନିରଞ୍ଜନ ମଲ୍ଲିକ, ଦଳିତ ସେଲର ରାଜ୍ୟ ସାଧାରଣ ସମ୍ପାଦକ ହରିହର ମଣ୍ଡଳ, ଜିଲା କଂଗ୍ରେସ ଉପସଭାପତି ପ୍ରଦ୍ୟୁମ୍ନ ଦାସ, ଜିଲା ସାଧାରଣ ସମ୍ପାଦକ ପବିତ୍ର ପୃଷ୍ଟି, ବ୍ଲକ ଯୁ୍ବ କଂଗ୍ରେସ ସଭାପତି ସନ୍ଦୀପ ଜେନା, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସାଦ୍ଦ ସିଦ୍ଦିକ୍, ଛୟାଳସିଂହ ପଞ୍ଚାୟତ ସଭାପତି ପ୍ରଫୁଲ୍ଲ ରାଉତ, ଟିଲୋ ସଭାପତି ସୁଧାକର କୁଅଁର, ପଧାନପଡା ସଭାପତି ସେକ୍ ରାହୁଲ ଅମିନ, ବରିଷ୍ଠ ନେତା ନରହରି ସେଠୀ, ଗଣିଜାଙ୍ଗ ପଞ୍ଚାୟତ ଯୁବ ନେତା ସତ୍ୟଶ୍ରୀ ରାଉତ, ଛୟାଳସିଂହ ପଞ୍ଚାୟତ ଯୁବ ନେତା ସୁଦାମ ଖଣ୍ଡା, ଆଡିଆ ପଞ୍ଚାୟତ ସଭାପତି ଜୟକୃଷ୍ଣ ଜେନା, ବିଶ୍ୱଜିତ ପଣ୍ଡା, ସୟଦ ମଇଫୁଜ୍, ମଳୟ ଜେନା, ନିକି ମଇକାପ, ବିଷ୍ଣୁ ଘଡେଇ, ଚକ୍ରଧର ରାଉତ, ଶରତ ଚନ୍ଦ୍ର ସେଠୀ, ମଣ୍ଟୁ ସ୍ୱାଇଁ, ଗୌରାଙ୍ଗ ତ୍ରିପାଠୀ, ପ୍ରଦୀପ ଗିରି, ଉତ୍ତମ ଗିରି ପ୍ରମୁଖ ଯୋଗ ଦେଇଥିଲେ ।


