ମା’ ଗଡଚଣ୍ଡୀଙ୍କ ପୀଠରେ ବିଷୁବ ମେଳା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋସ୍ଥିତ ମା’ଗଡଚଣ୍ଡୀଙ୍କ ପୀଠରେ ମହା ବିଷୁବ ମେଳା ଅନୁଷ୍ଠିତ ହୋଇଯାଇଛି । ସକାଳ ଠାରୁ ମା’ଙ୍କ ପୀଠରେ ଭୋଗ ଲଗାଇବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ସକାଳେ ମା’ଙ୍କ ପୀଠରେ ଯଥାରୀତି ପୂଜାର୍ଚ୍ଚନା ସହିତ ସୂର୍ଯ୍ୟପୂଜା ଓ ଚଣ୍ଡୀପାଠ ଏବଂ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଭାଣ୍ଡ ସମର୍ପଣ କରାଯାଇଥିଲା । କର୍ତ୍ତା ଭାବେ ସୁବାଷ ଚନ୍ଦ୍ର ବିଶ୍ୱାଳ ଓ ଅନୁପମା ବିଶ୍ୱାଳ ଦାୟୀତ୍ୱ ତୁଲାଇଥିଲେ । ଦେହୁରୀ ଈଶ୍ୱର ବାରିକ ମା’ଙ୍କ ପୂଜାର୍ଚ୍ଚନା କରିଥିବା ବେଳେ ପୂଜକ ଜଗବନ୍ଧୁ ଶତପଥି, ମନୋରଞ୍ଜନ ଶତପଥି ଯଜ୍ଞ କାର୍ଯ୍ୟ ତୁଲାଇଥିଲେ । ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ କମିଟି ପକ୍ଷରୁ ପଣା ଓ ଚରୁ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ମାନସିକ ପୂରଣ ପାଇଁ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ପାଟୁଆ ନାଚ ଅନୁଷ୍ଠିତ ହୋଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗାମୀ ୨୫ ତାରିଖ ଠାରୁ ୩ ଦିନ ଧରି ଏହି ପୀଠରେ ଯାତ୍ରା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ମଧୁପୁର, କରଞ୍ଜପଡା, ବଉଳସାହି, ଭାରତୀମଠ ଆଦି ଗ୍ରାମବାସୀଙ୍କ ସହଯୋଗରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା । ସମସ୍ତ ପୂଜା କାର୍ଯ୍ୟରେ କମିଟିର ସଭାପତି ନିରଞ୍ଜନ ସାମଲ, ଉପସଭାପତି ସୁବାଷ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ଶକ୍ତିଧର ରାଉତ, ରମାକାନ୍ତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଉମା ଶଙ୍କର ପାତ୍ରଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଓ ୪ ଗ୍ରାମର ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ