ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ପରିଚାଳନା କମିଟି ଗଠନ
ଧାମନଗର (ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିଟି ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରି ସମସ୍ତ କ୍ଷେତ୍ରରେ କମିଟିକୁ ଆନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା, ବିଦ୍ୟାଳୟ ପରିବେଶ ସଫା ସୁତରାଂ ରଖିବା ଏବଂ ବିଦ୍ୟାଳୟରେ ଉଉନ୍ନତି ସହ ବିଭିନ୍ନ କାଯ୍ୟକ୍ରମ ପାଇଁ ଏସ୍ ଏମ୍ ସି ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି। ଏହାକୁ ଆଧାର କରି ଧାମନଗର ଏନ ଏ ସି ଅନ୍ତର୍ଗତ ଶାମପୁର ସ୍ଥିତ ବହୁ ପୁରାତନ ଶିକ୍ଷାନୁଷ୍ଠାନ ଧାମନଗର ଫିଡର ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ପରିଚାଳନା କମିଟି ଗଠନ କରାଯାଇଛି। ଗତ ଶୁକ୍ରବାର ବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାହିସ୍ତା ବେଗମଙ୍କ ସଭାପତିତ୍ୱରେ ପଡୋଶୀ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏମଡ ମୁମତାଜ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଅଭିଭାବକଙ୍କ ମଧ୍ୟରୁ ଶିକ୍ଷା କମିଟି ପାଇଁ ମନୋନୀତ ୧୫ ଜଣ ସଭ୍ୟ ଓ ସଭ୍ୟାଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ମୀର ମାଙ୍ଗଲୁ ସଭାପତି ନିର୍ବାଚିତ ହୋଇଥିବା ବେଳେ ମିନାଖି ଯେନା ଉପ ସଭାନେତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନୂତନ କମିଟିର ସଭ୍ୟ ସଭ୍ୟା ଓ କର୍ମଚାରୀଙ୍କ ସମେତ ଏସ ଏଚ ଜୀ ଗ୍ରୁପର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ନବନିର୍ବାଚିତ ସଭାପତି,ଉପସଭାପତିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି।ସହକାରୀ ଶିକ୍ଷକ ତୋଫାନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


