ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜଳାଯିବା ଘଟଣା ପ୍ରତିବାଦରେ ବାଲେଶ୍ବର ବିଜେଡିର ଗଣ ବିକ୍ଷୋଭ

ବାଲେଶ୍ବର (ସରୋଜ ପଣ୍ଡା) ମହାନ ଜନନାୟକ, ପ୍ରବାଦ ପୁରୁଷ, ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଭଳି ଅତ୍ୟନ୍ତ ଜଘନ୍ୟ ଓ ହୀନ କାର୍ଯ୍ୟ ଆଜି ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି। ବିଜୁ ବାବୁ କୈାଣସି ଦଳର ନୁହଁନ୍ତି, ସେ ଓଡି଼ଆ ଜାତିର ଜନନାୟକ। ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟିଦେଲେ, ପାଟଣାଗଡ଼ରେ ପ୍ରତିମୂର୍ତ୍ତି ଜାଳିଦେଲେ। ଏହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ।ସବୁକିଛି ପରେ ବି ରାଜ୍ୟ ସରକାରଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତୁରନ୍ତ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆଗକୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେନେଇ ସରକାର ଯତ୍ନବାନ ହୁଅନ୍ତୁ ବୋଲି  ଆଜି ଫାଣ୍ଡିଛକରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଥିଲେ। ଆଜି ବାଲେଶ୍ବର ବିଜୁ ଜନତା ଦଳ ତରଫରୁ ବଲାଙ୍ଗୀରର ପାଟଣାଗଡରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜଳାଇବା ଘଟଣାକୁ ବିରୋଧ କରି ଏକ ପ୍ରତିବାଦ ସଭାରେ ସଦରର ପୂର୍ବତନ ବିଧାୟକ ସ୍ବରୂପ ଦାସ ସଭାପତିତ୍ବ କରି କହିଲେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡରୁ ବିଜୁଙ୍କ ନାଁ କାଟିଦେଲ । ବିଜୁ ଏକ୍ସପ୍ରେସ୍ ୱେ ନାଁ ବଦଳାଇ ଦେଲ।ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ବଦଳାଇବାକୁ ଚେଷ୍ଟା କଲ।ବିଜୁଙ୍କ ଦ୍ୱାରା ସ୍ଥାପିତ କଳିଙ୍ଗ ପୁରସ୍କାର ପାଇଁ ଅର୍ଥ ଦେବା ବନ୍ଦ କଲ।ମାହାଙ୍ଗାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟି ନେଲ। ଏବେ ପୁଣି ପାଟଣାଗଡ଼ରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଦେଲ।କୋଟି କୋଟି ଓଡ଼ିଆଙ୍କ ହୃଦୟର ସମ୍ରାଟ ବିଜୁବାବୁଙ୍କ ନାଁକୁ ଓଡ଼ିଆଙ୍କ ହୃଦୟରୁ ହଟାଇ ଦେବାକୁ ଉଦ୍ୟମ କରୁଛ, ଏ କଥାକୁ ଓଡିଶା ବାସୀ କେବେବି ଗ୍ରହଣ କରିବେ ନାହିଁ।ସଭାରେ ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡା,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଂଜନ ବାଗ,ପୂର୍ବତନ ଉପ ନଗରପାଳ ତଥା ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ରାଉତ,ମୁନିସିପାଲିଟି ଉପ ନଗରପାଳ କୈଳାସ ସେଠୀ,ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା,ବରିଷ୍ଠ ବିଜେଡି ନେତା ଗଙ୍ଗାଧର ମିଶ୍ର,ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଧିରେନ ନାୟକ,ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିଭୁଦତ୍ତ ପରିଡା,ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର,ଟାଉନ ଯୁବ ସଭାପତି ଉମାଶଂକର ତିଆଡି,କାଉସିଲର ତଥା ଟାଉନ ମହିଳା ସଭାପତି ମୀନା ମହାନ୍ତି,କାଉସିଲର ମିତା ପଟ୍ଟନାୟକ,କବିତା ମୃମୁ,ମିରାଜ ବାନୋ,ସଂଧ୍ୟାରାଣୀ ଜେନା,ସବିତା ରାଣୀ ଦାସ,ଶଶିରେଖା ମହାନ୍ତି,ସେକ ଆୟୁବ,କାର୍ତିକ ସାହୁ,ପୂର୍ବତନ କାଉନସିଲର ସାକିର ଖାନ,,ସଂଜୟ ବେହେରା,,ନଳିନୀ ରଂଜନ ଦାସ,ରିତିକ ଜୀ,ଅଶୋକ ଆଢ୍ୟ,ଅଶୋକ ଦାସ,ସୁନିଆ ମୃମୁ,ଅତୁଲ ଶତପଥୀ,ଗୌତମ ଦାସ,ମୁକୁନ୍ଦ ଭାରତୀ,ସେକ ରାଜୁ,ସୁବୋଧ ମହାନ୍ତି,ବରେନ୍ଦ୍ର ସେଠୀ,ଲକ୍ଷ୍ମୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ରାଉତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ