ଭୀଷ୍ମଗିରି କଲେଜ ଜାତୀୟ ସେବା ଶିବିର ଉଦଘାଟିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଶିବିର ୟୁନିଟ ପକ୍ଷରୁ ସହଦେବ ଟିକରପଡ଼ା ଗ୍ରାମରେ ଗୁରୁବାର ଠାରୁ ଏକ ସପ୍ତାହ  ବ୍ୟାପୀ ଶୀତ କାଳୀନ ସ୍ଵତନ୍ତ୍ର ସେବା ଶିବିର ଉଦଘାଟିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ ନିକଟସ୍ଥ ସହଦେବ ଟିକରପଡା ଗ୍ରାମରେ ସହଦେବ ଟିକରପଡ଼ା ପଞ୍ଚାୟତ ସରପଞ୍ଚ ପ୍ରିୟଙ୍କା ନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସମିତିସଭ୍ୟା ଶୈଳ ନାୟକ, ଏସ୍. ଟିକରପଡା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ରାଜୀବ ଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଅଧ୍ୟାପକ କାହ୍ନୁଚରଣ ପାଢ଼ୀ,ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଇତିପ୍ରଭା, ଭାରତ ସ୍କାଉଟ ଏବଂ ଗାଇଡ୍ ପ୍ରଶିକ୍ଷିକା ଅଧ୍ୟାପିକା କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ, ସସ୍ମିତା ପ୍ରଧାନ, ଯୁବ ରେଡକ୍ରସ୍ ଉପଦେଷ୍ଟା ଅଧ୍ୟାପକ ରଞ୍ଜନ ଗୌଡ଼, ଛାତ୍ରୀ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ରଶ୍ମିତା କୁମାରୀ ମେକାପ,ଅଧ୍ୟାପକ ଦେବଦତ୍ତ ପଣ୍ଡା, ରଞ୍ଜିତ କୁମାର ସେଠୀ, ଟୁନା ବେହେରା ଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥଲେ।  କଲେଜର ୫୦ ଛାତ୍ରୀଛାତ୍ର ସ୍ଵେଚ୍ଛାସେବୀ ଗ୍ରାମରେ କୁସଂସ୍କାର ଦୂର କରିବା, ଶିକ୍ଷା,ପରିମଳ ସଚେତନତା ସମେତ ସମାଜ ସଚେତନଧର୍ମୀ କାର୍ଯ୍ୟକ୍ରମ ନେଇ ଗ୍ରାମବାସୀ ଙ୍କୁ ସଚେତନ କରାଇବେ। ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ସେବା ମନୋଭାବ ସୃଷ୍ଟି କରିବା ସହ ସମାଜକୁ ସେବାର ମହନୀୟତା ସମ୍ପର୍କରେ ଅବଗତ କରାଇବା ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି କାର୍ଯ୍ୟକ୍ରମ ଅଧିକାରୀ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ