ଜାତୀୟ କ୍ରୀଡା ଦିବସ ଅବସରରେ ସାଇକେଲ ଶୋଭାଯାତ୍ରା

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରବିବାର ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ପକ୍ଷରୁ ସାଇକେଲ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନୁଆ ବସଷ୍ଟାଣ୍ଡରୁ ଏହି ସାଇକେଲ ଶୋଭାଯାତ୍ରା ବାହାରି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ସମାପ୍ତ ହୋଇଥିଲା । ଜିଲ୍ଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ସାଇକେଲ ସଚେତନତା ଶୋଭାଯାତ୍ରାର ଶୁଭାରମ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ )ରବୀନ୍ଦ୍ର କୁମାର ମଲ୍ଲିକ, କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ। ରାଲିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ୟୁଥ ଆଥଲେଟିକ ଏକାଡେମୀର କ୍ରୀଡ଼ାବିତଙ୍କ ସମେତ ପ୍ରାୟ ୨ ଶହ ଛାତ୍ରଛାତ୍ରୀ ସାମିଲ ଥିଲେ। ରାଲିରେ ନିଜେ ଜିଲ୍ଲାପାଳ ସାଇକେଲ ଚଳାଇ କଲେଜ ପର୍ଯ୍ୟନ୍ତ ଯାଇଥିଲେ। ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା। ସାଇକେଲ ଚଳାଇବା ଦ୍ୱାରା ନିଜ ଶରୀର ଫିଟ ରହିବା ସହିତ ମାନସିକ ସ୍ଥିତି ଭଲ ରହିଥାଏ। ସେଥିପାଇଁ ସମସ୍ତେ ସାଇକେଲ ଚଳାଇବା ଉଚିତ। ଏହା ଛଡା ସାଂସଦ ଖେଳ ମହୋତ୍ସବ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଥିବାରୁ, ସମସ୍ତେ ଏହି ମହୋତ୍ସବରେ ଅଧିକ ମାତ୍ରାରେ ସାମିଲ ହୋଇ ପଞ୍ଜିକରଣ କରିବାପାଇଁ ଜିଲ୍ଲାପାଳ ଶ୍ରୀ ଆୟାର ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ