ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ଅବସରରେ ବାଇକ ଶୋଭାଯାତ୍ରା

ହାଟଡିହି (ଓ୍ବାଇଏନଏସ): ଡ଼ଃ ଭୀମ ରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଅବସରରେ ଆଜି ଭୀମ ଆର୍ମି ସଂଗଠନ ପକ୍ଷରୁ ଆନନ୍ଦପୁର ଓ ଘସିପୁରା ନିର୍ବାଚନ ମଣ୍ଡଳୀର ମିଳିତ ସଂଯୋଜନାରେ କେନ୍ଦୁଝର ଜିଲ୍ଲା ଭୀମ ଆର୍ମି ସଭାପତି ସତ୍ୟବ୍ରତ ଜେନାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ବାଇକ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଶୋଭାଯାତ୍ରା ହାଟଡିହିରୁ ଆରମ୍ଭ ହୋଇ ଘସିପୁରା, ରାମଚନ୍ଦ୍ରପୁର ଓ ଆନନ୍ଦପୁର ଅଞ୍ଚଳ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ହଜାର ହଜାର ଆମ୍ବେଦକରବାଦୀ ଯୁବକ ଉତ୍ସାହର ସହ ଯୋଗଦାନ କରିଥିଲେ। ଶୋଭାଯାତ୍ରା ଶେଷରେ ଶାଳପଡା ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଭୀମ ଆର୍ମି ଘସିପୁରା ବ୍ଲକ ସଭାପତି ରଶ୍ମିରଂଜନ ଜେନା, ହାଟଡିହିର ଅମ୍ଳାନ କୁମାର ଜେନା, ରୁଦ୍ରନାରାୟଣ ଜେନା, ଜଗତ ଜେନା, ଜୀବନ ଜେନା, ଦୀପକ ଜେନା ଓ ଆନନ୍ଦପୁରରୁ ଜଗବନ୍ଧୁ ଜେନା, ପ୍ରମୋଦ ଜେନା, ପ୍ରକାଶ ଜେନା ଆଦିଙ୍କ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ