ଚୋରା ମଦ ସମେତ ବାଇକ ଜବତ, ୪ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ସଦର, କେନ୍ଦ୍ରାପଡ଼ା ଟାଉନ, ରାଜନଗର ଓ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ମାଳପୁର ଗ୍ରାମର ପ୍ରଶାନ୍ତ ମଳିକ(୪୨)ଙ୍କ ଠାରୁ ୨୪ ଲିଟର ଚୋରା ଦେଶୀ ମଦ, ରଘପୁର ଗ୍ରାମର କହ୍ନେଇ ସେଠୀ(୫୨)ଙ୍କ ଠାରୁ ୩୫ ଲିଟର ଚୋରା ବିଦେଶୀ ମଦ, କମସିପାଲ ଗ୍ରାମର ବେଣୁଧର ଖିଲର(୩୧)ଙ୍କ ଠାରୁ ୨୧ ଲିଟର ଚୋରା ବିଦେଶୀ ମଦ ସହ ଗୋଟିଏ ମୋଟର ସାଇକେଲ, କଳାଗଡ ଗ୍ରାମର ଭଜନନନ୍ଦ ପାତ୍ର(୩୪)ଙ୍କ ଠାରୁ ୫୫ ଲିଟର ଚୋରା ଦେଶୀ ରନ୍ଧା ମଦ ସହ ଗୋଟିଏ ମୋଟର ସାଇକେଲ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୩୫ ଲିଟର ଦେଶୀ, ବିଦେଶୀ ଓ ଦେଶୀ ଚୋରା ରନ୍ଧାମଦ ସମେତ ୨ଟି ମୋଟର ସାଇକେଲ ଜବତ କରାଯାଇ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ଛାୟାକାନ୍ତ ନାୟକ, ସହକାରୀ ଉପନିରିକ୍ଷକ ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


