ବିଜେଡି ପକ୍ଷରୁ ଆସିକାରେ ବିଶାଳ ବାଇକ୍ ଶୋଭାଯାତ୍ରା
ଆସିକା (ୱାଇଏନ୍ଏସ୍) :ସ୍ୱାଧୀନତା ସଂଗ୍ରାମୀ, ନବ ଉତ୍କଳର ନିର୍ମାତା, ଦୁଃସାହସୀ ପାଇଲଟ୍ ଏବଂ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ପାଳନ ଅବସରରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଶାଳ ବାଇକ୍ ର୍ୟାଲି ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ଏହି ବିଶାଳ ବାଇକ୍ ର୍ୟାଲି ଦେଖି ବିରୋଧୀ ଶିବିରରେ ଛନକା ପଶିଯାଇଛି ବୋଲି ସଚେତନ ନାଗରିକ ଓ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁଙ୍କ ପରାମର୍ଶକ୍ରମେ ବିଜୁ ଜନତା ଦଳର କର୍ମୀ, ବିଜୁପ୍ରେମୀ ଓ ସଦସ୍ୟମାନେ ବିଜେଡି କାର୍ଯ୍ୟାଳୟରେ ଝଡର ଇଗଲ୍ ଓ ଧରଣୀର କୃଷ୍ଣସାର ପ୍ରବାଦ ପୁରୁଷ ମହାନ୍ ଜନନାୟକ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ମହାନ୍ ଜନନାୟକ ତଥା ନବଓଡିଶାର ଅନ୍ୟତମ ବିନ୍ଧାଣୀ ସ୍ୱାଧୀନତା ସଂଗ୍ରାମୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ଅବସରରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ନଚିକେତା ସ୍ୱାଇଁ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଦଳୀୟ ନେତା ଓ କର୍ମୀମାନେ ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ବାହାରି କଳିଙ୍ଗ ରୋଡ ଅଞ୍ଚଳ ପରିକ୍ରମା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ବିଶାଳ ସାଇକେଲ ଶୋଭାଯାତ୍ରା ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ପ୍ରସନ୍ନ କୁମାର ତ୍ରିପାଠୀ, ହରେକୃଷ୍ଣ ମଲିକ, ଦିଲୀପ କୁମାର ପାଣିଗ୍ରାହୀ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ନଗର ବିଜେଡି ସଭାପତି ଏମ୍.ତାରିଣୀ ସେନାପତି, ବିଜେଡି ନେତା କୈଳାଶ ଚନ୍ଦ୍ର ପ୍ରଧାନ, ଶିବପ୍ରସାଦ ଶତପଥୀ, ସନାତନ ବିଶ୍ୱାଳ, ସନ୍ତୋଷ କୁମାର ନାୟକ, ମାନସ ରଂଜନ ଗୌଡ, ଅରୁଣ ଦଳେଇ, ରବିନ୍ଦ୍ର କୁମାର ସାମଲ, ଜିତେନ୍ଦ୍ର କୁମାର ବିଷୋୟୀ, ରଂଜନ କୁମାର ବିଷୋୟୀ, ଏମ୍.ତାରିଣୀ ସେନାପତି, ଜୟସେନ ସ୍ୱାଇଁ, କାମରାଜୁ ଭୋଳ, ଜୟନ୍ତୀ ବିଷୋୟୀ, ତ୍ରିନାଥ ବେହେରା, ଅକ୍ଷୟ କୁମାର ଗୌଡ, ରବିନ୍ଦ୍ର ସାହୁ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ବିମଳ ପ୍ରଧାନ, ଆକାଶ ସ୍ୱାଇଁ, ବାପିନା ଜେନା, ପୂର୍ଣ୍ଣଚନ୍ଦ୍ର ଗୌଡ, ସିମାଞ୍ଚଳ ସ୍ୱାଇଁ, ଭଗବାନ ବିଶ୍ୱାଳ, ମଣ୍ଟୁ ସ୍ୱାଇଁ, ବୁଲୁ ଗୌଡ, ଲିପୁ ଡାକୁଆ, ବି.ମୋହନ ରାଓ ଦୋରା, ସତ୍ୟନାରାୟଣ ସାମନ୍ତରା, ସିମାଞ୍ଚଳ ସ୍ୱାଇଁ, ଶିବରାମ ପାଣିଗ୍ରାହୀ, ପ୍ରଣବ କୁମାର ପାଢୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।


