ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ର ପ୍ରିନ୍ସିପାଲ ଡ଼କ୍ଟର ଭଗବାନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସ୍ୱାଗତ, ଅବସରକାଳୀନ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ୦୭/୮/୨୬ ତାରିଖ ଦିନ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ନୂତନ ଅଧକ୍ଷ ଭାବେ ଯୋଗ ଦେଇଥିବା ଡକ୍ଟର  ଭଗବାନ ତ୍ରିପାଠୀଙ୍କୁ ସ୍ୱାଗତ କରାଯାଇଥିଲା। ଦ୍ୱିତୀୟରେ  ଅବସର ଗ୍ରହଣ କରିଥିବା ଅଧ୍ୟାପକ ଡକ୍ଟର ହୃଷିକେଶ ଦାସ ଓ ତୃତୀୟରେ କଲେଜରୁ ବଦଳି ହୋଇଥିବା ଓଡ଼ିଶା ଅଧ୍ୟାପକ ଲିପିନାଥ ସିଂହ ଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। ତିନି ଜଣଙ୍କ ମଙ୍ଗଳ କାମନା କରି ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼, ସେକ୍ ଫରିଦ୍, ଡ଼କ୍ଟର ଜ୍ୟୋସ୍ନା ରାଣୀ ପଟ୍ଟନାୟକ, ଲେପନାଣ୍ଟ ବିନତ କୁମାରୀ ଦାସ, ଦେବାଶିଷ ସ୍ୱାଇଁ, ଅନିଲ କୁମାର ଦାସ, ଡକ୍ଟର ବିରଞ୍ଚି ନାରାୟନ ରଥ ପ୍ରଭୃତି ଗୁଣଗାନ କରିଥିଲେ। ଡ଼କ୍ଟର ବିରଞ୍ଚି ନାରାୟଣ ରଥ ସଂଯୋଜନ କରିଥିବା ବେଳେ ଷ୍ଟାଫ କ୍ଲବ ସେକ୍ରେଟାରୀ ହରିଶ ଚନ୍ଦ୍ର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଲୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ