ଦିଗପହଣ୍ଡିରେ ବିଜେପିର ସାଙ୍ଗଠନିକ ସଭା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି – ଆସିକା ମୁଖ୍ୟରାସ୍ତା ମା ‘ ଅଞ୍ଚଳେଶ୍ୱରୀ ମନ୍ଦିର ପରିସରରେ ରବିବାର ବିଜେପି ପକ୍ଷରୁ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ଆଇନଜୀବି ସୂର୍ଯ୍ୟନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରତି ବୁଥ ରେ ବିଜେପି ର ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ଆଗତ ପ୍ରସ୍ତାବକୁ ସଭାରେ ସର୍ବସମ୍ମତି ଭାବେ ଗୃହୀତ କରାଯାଇଥିଲା। ଦୁର୍ନୀତି ବିରୋଧରେ ସାଲିସ ବିହୀନ ସଂଗ୍ରାମ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ନେଇ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା।ସଭାରେ ଆଇନଜୀବି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ର ପୂର୍ବତନ ସଦସ୍ୟ ମନୋଜ କୁମାର ପଣ୍ଡା,ଶୁଭେନ୍ଦୁ ପାଢ଼ୀ,ସନ୍ତୋଷ ସାହୁ,ପ୍ରଶାନ୍ତ ପୂଜାରୀ,ଶୁଭ୍ରାଂଶୁ ପ୍ରଧାନ,ଜିତୁ ପଣ୍ଡା, ଶିବରାମ ଗୌଡ଼,ଦିଲ୍ଲୀପ ପ୍ରଧାନ,ପ୍ରଦୀପ ଦାସ,ଜନାର୍ଦ୍ଦନ ପ୍ରଧାନ ପ୍ରମୁଖ ବହୁ ସଂଖ୍ୟକ ସକ୍ରିୟ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ରଘୁନାଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।


