ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଭଦ୍ରକ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୨୩୯ ଜଣ ଭିନ୍ନକ୍ଷମ ହିତାଧିକାରୀ ପଞ୍ଜୀକୃତ ହୋଇଥିବା ଜଣାଯାଇଛି । ସେଥିମଧ୍ୟରେ ଶାରୀରିକ ଭିନ୍ନକ୍ଷମ ୧୧୨, ଶ୍ରବଣ ବାଧିତ ୧୯, ମସ୍ତିଷ୍କ ପକ୍ଷାଘାତ ୨୮, ଦୃଷ୍ଟି ବାଧିତ ୪୬ ଏବଂ ୦ ରୁ ୧୨ ବର୍ଷ ବୟସର ସବୁ ବିଭାଗର ୨୪ ହିତାଧିକାରୀ ଅର୍ନ୍ତଭୁକ୍ତ ଥିଲେ । ଅସ୍ତି ଶଲ୍ୟ ବିଭାଗର ଡାକ୍ତର ଉମାକାନ୍ତ ଜେନା, ମେଡିସିନ ବିଭାଗର ଡାକ୍ତର ସ୍ୱୀକୃତି ମହାପାତ୍ର, ଶିଶୁ ରୋଗ ବିଭାଗର ଡାକ୍ତର ସୁଧାକୃଷ୍ଣ ସାହୁ, ଚକ୍ଷୁ ବିଭାଗର ରମାକାନ୍ତ ସାହୁ, ଇ.ଏନ.ଟି ବିଭାଗର ଡାକ୍ତର ମାନସ ବିଶ୍ୱାଳ, କମଳାକାନ୍ତ ବାରିକ, ପ୍ରଶ୍ନାଲକ୍ଷ୍ମୀ ଦାଶ, ମାନସିକ ବିଭାଗର ଡାକ୍ତର ବିଜୟ କୁମାର ପୃଷ୍ଟି, ଡାକ୍ତର ସ୍ୱାଧୀନ କୁମାର ମୁଦୁଲି, କୃତିମ ଅଙ୍ଗ ଏବଂ ପ୍ରତ୍ୟେଙ୍ଗ ଚିକିତ୍ସକ ଡାକ୍ତର ବିଶ୍ୱ ବିଜୟିନୀ ରାଉତ ପ୍ରମୁଖ ଯୋଗ ଦେଇ ରୋଗୀଙ୍କୁ ପରୀକ୍ଷା ନୀରିକ୍ଷା କରିଥିବା ବେଳେ ଅଥାଲମିକ ଅଧିକାରୀ ନରେନ୍ଦ୍ର ରାଉତ, ବୈଦେହୀ ମୁଣ୍ଡା, ଗୀତାଞ୍ଜଳୀ ସାହୁ, ଗାଲୁ ସିଂ, ଅଭୟ କୁମାର ସ୍ୱାଇଁ, ଶୁଭଲକ୍ଷ୍ମୀ ସାହୁ, ସଦାଶିବ ପ୍ରଧାନ, ତପନ କୁମାର ମଲ୍ଲିକ, ଦୀପ୍ତିମୟୀ ବେହେରା, ଦେବ ରଞ୍ଜନ ମହାନ୍ତି, ଆଶୁତୋଷ ଜେନା, ଗୋପିନାଥ ଦେହୁରୀଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏହି ଅବସରରେ ବିଡିଓ ଦେବଦତ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭାରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଳିକ, ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣତିକାନ୍ତ ସାମଲ, ଜିଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ପୂର୍ବତନ ଜିଲା ବିଜେପି ସଭାପତି ଅକ୍ଷୟ କୁମାର ସାହୁ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୀତା ମାଝୀ, ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କୃପାସିନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶାନ୍ତ୍ୱନା ଦାସ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୁଧାଂଶୁ୍ ଶେଖର ପାଢୀଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।


