ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଫକିରାବାଦ ଉଦ୍ଦ୍‌ର୍ୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ପାଇଁ ଏକ ଉତ୍ସବ ସମିନା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ବିଆରସିସି ତଥା ଏବିଇଓ ବଳଦେବପ୍ରସାଦ ଜେନା, ଅବସରପ୍ରାପ୍ତ ଶିକ୍ଷକ କାଶିନାଥ ରାଉତରାୟ, ସେଖ ମନସୁର ଅଲ୍ଲୀ, କ୍ଷେତ୍ରବାସୀ ସାହୁ, ରାଜେନ୍ଦ୍ର ପ୍ରସାଦ ରାଉତ ଓ ସାବିତ୍ରୀ ନାୟକ ପ୍ରମୁଖଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୁପ୍ରଭା ନାୟକ, ଗାଙ୍ଗେୟ ବିଶ୍ୱାଳ, ମୀର ରଫିକ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ