ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଗହଙ୍ଗୁ ଉପସେବା କେନ୍ଦ୍ରରେ ରକ୍ତଦାନ ଶିବର
ଆସିକା (ୱାଇଏନ୍ଏସ୍): ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ଅଧୀନସ୍ଥ ଗହଙ୍ଗୁ ଉପସେବା କେନ୍ଦ୍ର ପରିସରରେ ଗୁରବାର ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଦ୍ୱିତୀୟ ମୁଖ୍ୟ ପ୍ରଶାସିକା ସ୍ୱର୍ଗତା ଦାଦି ପ୍ରକାଶମଣିଙ୍କ ୧୮ତମ ପୁଣ୍ୟତିଥି ଅବସରରେ ଆସିକା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗହଙ୍ଗୁ ଗ୍ରାମ ପଞ୍ଚାୟତର ସରପଞ୍ଚ ମନୋଜ କୁମାର ପରିଡା, ଗହଙ୍ଗୁ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର)ର ଆୟୁଷ ଡାକ୍ତର ମନୋଜ କୁମାର ସ୍ୱାଇଁ, ସମାଜସେବୀ ମଙ୍ଗୁଳୁ ପରିଡା ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଲେ ଯେ, ଶୁଖିଲା ମୁହଁରେ ହସ ଭରି ଅନ୍ୟକୁ ବଞ୍ଚାଇବା ପାଇଁ ରକ୍ତଦାନ କରିବାକୁ ଆହ୍ୱାନ କରିବା ସହ ଏହି ରକ୍ତଦାନ ମଣିଷର ଜୀବନକୁ ଧନ୍ୟ କରେ ଓ ତାର ପ୍ରାଣକୁ ପୂଣ୍ୟତାରେ ଭରିଥାଏ ବୋଲି ପ୍ରକାଶ କରିଥିଲେ । ଏହି ରକ୍ତଦାନ ଶିବିରରେ ଗହଙ୍ଗୁ ଉପସେବା କେନ୍ଦ୍ର ଅଧିନସ୍ଥ ଅଞ୍ଚଳର ବହୁ ଯୁବପିଢୀ, ସଚେତନ ନାଗରିକ ଆଗ୍ରହର ସହକାରେ ରକ୍ତଦାନ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ୧୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲ ବ୍ରହ୍ମପୁର ରକ୍ତଭଣ୍ଡାରର ଡାକ୍ତର ଜ୍ୟୋତି ଯାଜ୍ଞସେନୀ, ନର୍ସିଂ ଅଫିସର ସତ୍ୟ ଏସ୍ ପ୍ରଧାନ, ଲ୍ୟାବ୍ ଟେକନିସିଆନ୍ ପ୍ରଦୀପ କୁମାର ସୁବୁଦ୍ଧି, ରାମହରି ପଣ୍ଡା, ଡମ୍ବୁରୁ କାର୍କୀ ପ୍ରମୁଖ ସହଯୋଗ କରିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିଶକ୍ତି ଭବନର ବ୍ରହ୍ମାକୁମାର ସତ୍ୟପ୍ରିୟ, ରାଧାଶ୍ୟାମ, ମଙ୍ଗୁଳୁ, ଲକ୍ଷ୍ମଣ, ରବି, ବହ୍ରାକୁମାରୀ ଉଷାରାଣୀ, ସୁଜ୍ଞାନୀ, ଝରଣା, ପ୍ରତିଭା, ପ୍ରତିମା, ନିଶା, ଗହଙ୍ଗୁ ଉପସେବା କେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସ୍ମିତାରାଣୀ. କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ଏବଂ ଯୁବ ରେଡକ୍ରସର ସଂଯୋଜକ ଅଧ୍ୟାପକ ଡଃ କୁନା ସୁନାଙ୍କ ପରାମର୍ଶକ୍ରମେ ସ୍ୱେଚ୍ଛାସେବୀ ଶିବସ୍ମିତା ରାଉତ, ରୀତାଞ୍ଜଳି ବେହେରା, ସରିତାରାଣୀ ଗୌଡ, ତେଜସ୍ୱିନୀ ସ୍ୱାଇଁ, ଆଦିତ୍ୟ ତ୍ରିପାଠୀ, ବର୍ଷାରାଣୀ ବିଶ୍ୱାଳ, ପୂର୍ଣ୍ଣିମା ବିଶ୍ୱାଳ, ଶିବାନୀ ପରିଡା, ଦେବୀ ପରିଡା, ସ୍ମୃତି ପରିଡା, ଚିନ୍ମୟୀ ଜେନା, ନିରୁପମା ତ୍ରିପାଠୀ, ପୂଜା ସ୍ୱାଇଁ ପ୍ରମୁଖ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଆସିକା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଦ୍ୱିତୀୟ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ପ୍ରକାଶମଣି ଗତ ୧୯୬୯ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିଲେ । ସେ ଗତ ୨୦୦୭ ମସିହା ଅଗଷ୍ଟ ମାସ ୨୫ ତାରିଖରେ ଭୌତିକ ଶରୀର ତ୍ୟାଗ କରିଥିଲେ । ତାଙ୍କ ସ୍ମୃତି ଦିବସକୁ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଇଆସୁଛି । ରାଜଯୋଗିନୀ ଦାଦି ପ୍ରକାଶମଣିଙ୍କ ତ୍ୟାଗ, ତପସ୍ୟା ଓ ବାଣୀ କିପରି ସାରା ବିଶ୍ୱସ୍ତରରେ ବନ୍ଧୁତାର ଭାବକୁ ସୃଷ୍ଟି କରିଥିଲା ତାହା ସଦସର୍ବଦା ଚିର ସ୍ମରଣୀୟ ହୋଇରହିବ ବୋଲି ଆସିକା ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ପ୍ରକାଶ କରିଥିଲେ ।


