ବାରହା ଶିକାର ପାଇଁ ବିଛା ଯାଇଥିବା ଫାସରେ ଲାଗି ଯାଇ ଷଣ୍ଢ ଗୁରୁତର
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅଧିନ ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଇଲାକା ରେ ଅବାଧ ବନ୍ୟଜନ୍ତୁ ଶିକାର ଦିନକୁ ଦିନ ବଢି ଚାଲିଛି।ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ନୂଆଗଡ,ତେଲିଆପଲ୍ଲୀ ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାସ ରେ ରବିବାର ସକାଳେ ଏକ ଷଣ୍ଢ ଫସିଯାଇଥିଲା। ଖୋଲଡି ଗ୍ରାମର ଏହି ଷଣ୍ଢ ଟି ଖାଦ୍ୟ ଅନ୍ୱେଷଣ ରେ ସେଠାକୁ ଯାଇ ଘାସ ଖାଉଥିବା ବେଳେ ତାର ଗୋଡ଼ ରେ ଫାସ ର ୱାଇର ଛନ୍ଦି ହୋଇଯାଇଥିଲା।ବହୁକଷ୍ଟ ରେ ସେ ସେଠାରୁ ଖୋଲଡି ଗାଁ କୁ ଚାଲିଆସିବା ପରେ କିଛି ଯୁବକ ଦେଖି ଷଣ୍ଢ ର ଗୋଡ଼ ରେ ଲାଗିଥିବା ଉକ୍ତ ଫାସ କୁ କାଢିବା ପାଇଁ ଚେଷ୍ଟା କରିଥିବା ବେଳେ ସେଥିରେ ସଫଳ ହୋଇନଥିଲେ।ପରେ ଗ୍ରାମର ସାମାଜିକ କର୍ମୀ ଜେ. ମୁନା ଦୋରା ଦିଗପହଣ୍ଡି ଅଗ୍ନିଶମ ବାହିନୀ ଏବଂ ପ୍ରାଣୀ ଉଦ୍ଧାରକାରୀ ଟିମ୍ କୁ ଫୋନ କରି ସୂଚନା ଦେବାପରେ ସେମାନେ ପହଞ୍ଚି ଦୀର୍ଘ ୧ ଘଣ୍ଟାର ପରିଶ୍ରମ ପରେ ଷଣ୍ଢ ର ଗୋଡ଼ ରେ ଛନ୍ଦି ହୋଇରହିଥିବା ଫାସ ତାର ଗୁଡ଼ିକୁ ସୁରକ୍ଷିତ ଅବସ୍ଥାରେ କାଟିବା ସହ କ୍ଷତ ଶୁଖିବା ପାଇଁ ଇଞ୍ଜେକସନ ଦେଇଥିଲେ। ପରେ ଷଣ୍ଢ ଟି ରାସ୍ତା ରେ ଦୌଡ଼ି ପଳାଇଥିଲା।


