ଅକ୍ଷୟ ତୃତୀୟା ତିଥିରେ ଜମିଲା ସୁନା ବେପାର

ଆସିକା (ୱାଇଏନ୍‍ଏସ୍‍) :ପବିତ୍ର ଅକ୍ଷୟ ତୃତୀୟା ତିଥିରେ ସୋମବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ସୁନା ଅଳଙ୍କାର ବଜାର ଚଳଚଞ୍ଚଳ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଥିଲା। ଅକ୍ଷୟ ତୃତୀୟା ତିଥିରୁ ରଥ କାଠ ଅନୁକୂଳ ଠାରୁ ଆରମ୍ଭ କରି ସମସ୍ତ ଶୁଭକାର୍ଯ୍ୟ କରାଯାଉଥିଲା ବେଳେ ଏହି ଦିନରେ ସୁନାରୂପା ଅଳଙ୍କାର କ୍ରୟକଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି। ଏଥି ଯୋଗୁଁ ଏହି ଦିନରେ ସୁନା କ୍ରୟ କରିବାକୁ ଗ୍ରାହକ ମାନେ ଅପେକ୍ଷା କରି ରହିଥାନ୍ତି। ଗ୍ରାହକ ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ପ୍ରମୁଖ ଜୁଏଲରୀ ଦୋକାନ ଗୁଡିକରେ ବିଭିନ୍ନ କିସମର ସ୍ୱର୍ଣ୍ଣ ଅଳଙ୍କାର ବିକ୍ରି ପାଇଁ ଉପଲବ୍ଧ କରାଯାଇଥିଲା। ଗତ କିଛି ଦିନ ତଳେ ସୁନା ଦର ବଢିବଢି ୧୦ଗ୍ରାମ ପିଛା ୧ ଲକ୍ଷ ଟଙ୍କା ଟପିଯାଇଥିଲା ବେଳେ ଆଜି ଆସିକାରେ ସୁନା ଦର ୨୪ କ୍ୟାରେଟ୍‍ (୧୦ଗ୍ରାମ୍‌) ପ୍ରତି ଦର ପ୍ରାୟ ୧ ଲକ୍ଷ ୫୬ ହଜାର ଟଙ୍କା ଏବଂ ରୂପା କିଲୋ ପ୍ରାୟ ୨ ଲକ୍ଷ ୫୨ ହଜାର ଟଙ୍କା ଥିବା ଜଣାପଡିଥିଲା। ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଗହଣା ଦୋକାନ ଗୁଡିକରେ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ପୂର୍ବବର୍ଷ ମାନଙ୍କ ଅପେକ୍ଷା ଚଳିତବର୍ଷ ଦର ଅଧିକ ଥିବା ସତ୍ତ୍ୱେ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ସୁନା ବେପାର ଜମିଥିବା ପରିଲକ୍ଷିତ ହୋଇଥିଲା। ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ପର୍ବର ମହତ୍ୱ କେଉଁ କାଳରୁ ରହିଆସିଛି । ଏହି ଦିନ ସୁନା ଓ ମୂଲ୍ୟବାନ୍‍ ଧାତୁ କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ୱାସ ରହିଛି । ଅକ୍ଷୟ ତୃତୀୟା ତିଥିକୁ ଲୋକମାନେ ଏକ ଶୁଭ ଦିନ ଭାବେ ବିବେଚନା କରୁଥବା ବେଳେ ଏହି ଦିନରେ ସୁନା ରୂପା ଭଳି ମୂଲ୍ୟବାନ ଧାତୁ କିଣିବାକୁ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି । ପବିତ୍ର ଅକ୍ଷୟ ତୃତୀୟା ତିଥି ଉଭୟ ଗ୍ରାହକ ଓ ଗହଣା ବ୍ୟବସାୟୀ ଅପେକ୍ଷା କରିରହିଥିଲେ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ନୁଆଁ ନୁଆଁ ଡିଜାଇନ୍‍ର ଗହଣା ବିକ୍ରୀ ହେଉଥିଲା ବେଳେ ଗ୍ରାହକଙ୍କ ସୁନା କିଣିବା ପାଇଁ ପ୍ରବଳ ଭିଡ ଜମୁଥିଲା । ସୁନା ରୂପା ଦର ମହଙ୍ଗା ସତ୍ୱେ ଆସିକା ସହର ତଥା ଏହାକ ଆଖପାଖ ଅଞ୍ଚଳରେ କାରବାର ବେଶ୍‍ ଉତ୍ସାହଜନକ ଥିବା ପରିଲକ୍ଷିତ ହୋଇଥିଲା । ଭାରତୀୟ ସଂସ୍କୃତିରେ ସୁଖ ଓ ସମୃଦ୍ଧିର ପ୍ରତୀକ ଅକ୍ଷୟ ତୃତୀୟାର ବିଶେଷ ଗୁରୁତ୍ୱ ରହିଛି । ଏହି ଦିନ ସୁନା କିଣିଲେ ଘରର ଶ୍ରୀ ବୃଦ୍ଧିି ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଗହଣା ଦୋକାନ ଗୁଡିକରେ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ